Categories: ଜାତୀୟ

ନାବାଳିକାଙ୍କୁ ବଳାତ୍କାର: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାଡ଼ି ଅଭିଯୁକ୍ତ ଫେରାର

ଲକ୍ଷ୍ନୌ,୬।୧୧: ଉତ୍ତରପ୍ରଦେଶ ରାଏବରେଲିର ଖିରୋ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୯ ବର୍ଷୀୟ ବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ନାବାଳିକାଙ୍କୁ ଉଦ୍ଧାରକରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି। ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ମୁତାବକ, ଝିଅ ସାରେ ବାହାରକୁ ଖେଳିବାକୁ ଯାଇଥିଲା। ହେଲେ ରାତି ୮ଟା ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲା। ପରିବାର ଲୋକେ ବ୍ୟସ୍ତ ହେଉଥିବା ବେଳେ ହଠାତ୍‌ ଝିଅ ଘରେ ଆସି ପହଞ୍ଚିଥିଲା। ହେଲେ ଝିଅ କାନ୍ଦୁଥିବା ବେଳେ ପିନ୍ଧିଥିବା ପୋଷାକ ରକ୍ତରେ ଭିଜିଯାଇଥିଲା। ଝିଅର ଏଭଳି ଅବସ୍ଥା ଦେଖି ମା’ ଚେତାଶୂନ୍ୟ ହୋଇପଡ଼ିଥିଲେ। ଝିଅ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ସେ ଖେଳୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ଡାକି ନେଇ ବଳାତ୍କାର କରିଥିବା ପୀଡ଼ିତା କହିଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତିକରି ବଳାତ୍କାର ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତ ଜଣକ ୫୫ ବର୍ଷର ଜଣେ ସ୍ଥାନୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି।
Share