ନୂଆଦିଲ୍ଲୀ: ଆମେରିକାରେ ବ୍ଲାକ୍ ଆଣ୍ଡ ହ୍ବାଇଟ୍ (କଳା ଧଳା)ପ୍ରସଙ୍ଗ ସମଗ୍ର ବିଶ୍ୱରେ ଚର୍ଚ୍ଚା ପାଲଟିଛି। ଏହାର ପ୍ରଭାବ ସିଧାସଳଖ ସୋସିଆଲ ମିଡିଆ ଉପରେ ପଡ଼ିଛି। ପ୍ରାୟ ୯୦ କମ୍ପାନୀ ସୋସିଆଲ ମିଡିଆରେ ବିଜ୍ଞାପନ ବନ୍ଦ କରି ଦେଇଛନ୍ତି। ଏଥିରେ ସବୁଠୁ କ୍ଷତିଗ୍ରସ୍ତ ହୋଇଛି ଫେସ୍ବୁକ୍। ସୋସିଆଲ ନେଟୱାର୍କିଂ ସାଇଟ୍ ଫେସବୁକର୍ ସମାଲୋଚକମାନେ ସର୍ବଦା ନିନ୍ଦା କରୁଛନ୍ତି ଯେ, ଏହା ଘୃଣ୍ୟ କାର୍ଯ୍ୟକୁ ରୋକିବାରେ ବିଫଳ ହୋଇଛି। ଖାଲି ସେତିକି ନୁହେଁ, ଇନ୍ଷ୍ଟାଗ୍ରାମ୍, ଟୁଇଟରରେ ମଧ୍ୟ ବିଜ୍ଞାପନ ନିଷେଧ କରାଯାଇଛି।
ବିଶ୍ୱର ସର୍ବବୃହତ ବିଜ୍ଞାପନଦାତା ଏଚ୍ୟୁଏଲ୍(ହିନ୍ଦୁସ୍ତାନ ୟୁନିଲିଭର) ପକ୍ଷରୁ କୁହାଯାଇଛି ଯେ, ଗତ କିଛି ସପ୍ତାହ ମଧ୍ୟରେ ୯୦ କମ୍ପାନୀ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଟୁଇଟର୍ରେ ସେମାନଙ୍କର ବିଜ୍ଞାପନ ବନ୍ଦ କରି ଦେଇଛନ୍ତି। ସୋସିଆଲ ମିଡିଆ କମ୍ପାନୀଗୁଡିକ ପାଇଁ ବିଜ୍ଞାପନ ବନ୍ଦ କରିବା ସବୁଠୁ ଅଧିକ ରାଜସ୍ବ ହାନି ହୋଇଛି।
ଫେସବୁକ୍ କରୋନାଠାରୁ ବିଜ୍ଞାପନ ରାଜସ୍ବ ହରାଇବାକୁ ଭୟ କରିଥିଲା:
ଫେସବୁକ୍ ପୂର୍ବରୁ ଚେତାବନୀ ଦେଇଥିଲା ଯେ, ମହାମାରୀ କରୋନା ହେତୁ ବିଜ୍ଞାପନଦାତାମାନେ କମ୍ ଖର୍ଚ୍ଚ କରୁଛନ୍ତି। ବର୍ତ୍ତମାନ ସମାଜରେ ଖର୍ଚ୍ଚ କାଟିବା ଏବଂ ଜାତିଗତ ଭେଦଭାବ ନେଇ ଜନସାଧାରଣଙ୍କ ଚିନ୍ତା ଉପରେ ଚାପ ପକାଉଛି। ସିଭିଲ ରାଇଟ୍ସ ଗ୍ରୁପ ଫେସବୁକ୍ରେ ଘୃଣା କଥାର ମୁକାବିଲା ପାଇଁ ଏକ ବିଜ୍ଞାପନ ବୈଠକର ଆୟୋଜନ କରିଥିଲା। ଅନ୍ୟ କମ୍ପାନୀମାନେ ଏହାକୁ ସହଯୋଗ କରିଥିଲେ।
ଏନ୍ଏଏସିପର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡେରିକ ଜନସନ୍ ଏକ ବିବୃତ୍ତିରେ କହିଛନ୍ତି, ଏହା ସ୍ପଷ୍ଟ ଯେ ଫେସବୁକ୍ ଏବଂ ଏହାର ସିଇଓ ମାର୍କ ଜୁକରବର୍ଗ ଅବହେଳା କରିଥିଲେ। ବର୍ତ୍ତମାନ ଆମ ଗଣତନ୍ତ୍ରର କ୍ଷତି ସତ୍ତ୍ୱେ ଭୁଲ ତଥ୍ୟର ପ୍ରସାରରେ ସେମାନେ ସନ୍ତୁଷ୍ଟ। ଫେସବୁକ୍ ପରଦା ପଛରେ ରହି ଏସବୁ କରିଥିବା ସେ କହିଛନ୍ତି।