ଆଫଗାନ୍‌ ସଂଘର୍ଷରେ ୯୦ ନିହତ

କାବୁଲ, ୬।୩(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନରେ ଗତ ୨୪ ଘଣ୍ଟା ମଧ୍ୟରେ ସଂଘର୍ଷ ଓ ଆତଙ୍କବାଦୀ ଆକ୍ରମଣରେ ୯୦ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୮ ସାଧାରଣ ନାଗରିକ ହୋଇଥିବାବେଳେ ୫ ଜଣ ଆଫଗାନ ଜାତୀୟ ପ୍ରତିରକ୍ଷା ଓ ସୁରକ୍ଷା ବଳ ସଦସ୍ୟ ଏବଂ ୭୭ ଜଣ ତାଲିବାନ ଆତଙ୍କବାଦୀ ବୋଲି ରିଡକ୍ସନ ଇନ୍‌ ଭାଓଲେନ୍ସ ନାମକ ଏକ ସଂସ୍ଥା ପକ୍ଷରୁ କୁହାଯାଇଛି। ଆକ୍ରମଣରେ ୩୧ ତାଲିବାନ ଏବଂ ୨ ସାଧାରଣ ନାଗରିକ ଆହତ ହୋଇଛନ୍ତି।

Share