ପାକିସ୍ତାନରେ ପୋଲିଓର ୯୦ ପ୍ରତିଶତ ମାମଲା ଆଫଗାନିସ୍ତାନରୁ ଆସୁଛି: ନଦୀମ ଜାନ

ଇସଲାମାବାଦ,୭।୧୦: ପାକିସ୍ତାନର ମଧ୍ୟବର୍ତ୍ତୀ କାଳିନ ସ୍ବାସ୍ଥ୍ୟମନ୍ତ୍ରୀ ନଦୀମ ଜାନ କହିଛନ୍ତି କି ପାକିସ୍ତାନରେ ପୋଲିଓର ୯୦ ପ୍ରତିଶତ ମାମଲା ଆଫଗାନିସ୍ତାନରୁ ଆସୁଛି। ଡନର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଡନ ହେଉଛି ପାକିସ୍ତାନର ଏକ ଇଂରାଜି ଖବର କାଗଜ।
ପାକିସ୍ତାନରେ ପୋଲିଓ ଜୀବାଣୁ ପାଇଁ ପଜିଟିଭ ପରୀକ୍ଷା କରାଯିବା ପରେ ନାଦୀମଙ୍କ ମନ୍ତବ୍ୟ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷର ପୋଲିଓ ଭାଇରସର ଏହା ହେଉଛି ତୃତୀୟ ମାମଲା।
ନ୍ୟାସନାଲ ଇନଷ୍ଟଚ୍ୟୁଟ ଅଫ ହେଲଥ (ଏନଆଇଏଚ) ର ପୋଲିଓ ଲାବୋରେଟୋରୀର ଜଣେ ଅଧିକାରୀଙ୍କ ଅନୁଯାୟୀ, ବାଲୁଚିସ୍ତାନ ଏବଂ ପେଶାଓ୍ବରର ଡେରା ବଗିରୁ ସଂଗୃହିତ ଜଳ ନିଷ୍କାସନ ନମୁନାରେ ପୋଲିଓ ଜୀବାଣଉ ଥିବା ଜଣାପଡିଛି। ସ୍ବେରେଜ ନମୁନାରେ ମିଳୁଥିବା ଉଭୟ ଜୀବାଣୁ ଆଫଗାନିସ୍ତାନର ପୋଲିଓ ଜୀବାଣୁ ସହିତ ସମାନ।

Share