ତାଇଓ୍ବାନକୁ ଚାଇନାର ଅଂଶ ମାନନ୍ତି ନାହିଁ ୯୦ ପ୍ରତିଶତ…

ତାଇପେଇ, ୨୭।୩ : ଏକ ସର୍ଭେ ରିପୋର୍ଟ ଅନୁସାରେ ପ୍ରାୟ ୯୦ ପ୍ରତିଶତ ଲୋକ ତାଇୱାନ ଲୋକ ତାଙ୍କ ଦେଶକୁ ଚାଇନାର ଅଂଶ ଭାବେ ଗ୍ରହଣ କରନ୍ତି ନାହିଁ। ରେଡିଓ ତାଇୱାନ ଇଣ୍ଟରନ୍ୟାଶନାଲ(ଆରଟିଆଇ)ର ରିପୋର୍ଟ ଆଧାରରେ ତାଇୱାନ ନ୍ୟୁଜ ପକ୍ଷରୁ ଏହି ସର୍ଭେର ଫଳାଫଳ ପ୍ରକାଶ କରିଛି।

ଏହି ସର୍ଭେରେ ଲୋକମାନେ ତାଇୱାନର ବିଶ୍ୱସ୍ତରୀୟ ସ୍ଥିତିକୁ ସୀମିତ ରଖିବା ଏବଂ ଏହାକୁ ଚାଇନା ସାମରିକ ଶକ୍ତି ଧମକ ଦେବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ ତାଇୱାନ ଶାନ୍ତି ରକ୍ଷା ପାଇଁ ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ସହ ଅଧିକ ସହଯୋଗ କରିବାକୁ ଚାହୁଁଥିବା ସରକାରଙ୍କୁ ୮୮.୬ ପ୍ରତିଶତ ଲୋକ ଅନୁମୋଦନ କରିଛନ୍ତି।

୭୦ ପ୍ରତିଶତରୁ ଅଧିକ ଲୋକ ଉଚ୍ଚସ୍ତରୀୟ ଟେକ୍ନୋଲୋଜି ବିଶେଷଜ୍ଞମାନଙ୍କୁ ଚାଇନାକୁ ଚାକିରି କରିବାକୁ ନ ଯିବା ଲାଗି ନିୟମ ପ୍ରଣୟନକୁ ସମର୍ଥନ କରିଛନ୍ତି। ସେହିପରି ୭୪.୬ ପ୍ରତିଶତ ଚାଇନା ତାଇୱାନ ସରକାରଙ୍କ ପ୍ରତି ଶତ୍ରୁତା ମନୋଭାବ ପୋଷଣ କରୁଥିବା ବିବେଚନା କରିଛନ୍ତି।

ମତାମତ ସର୍ଭେ ଫଳାଫଳ ଅନୁଯାୟୀ, ତାଇୱାନର ୫୯.୩ ପ୍ରତିଶତ ଲୋକ କହିଛନ୍ତି ଯେ ତାଇୱାନର ଲୋକଙ୍କ ପ୍ରତି ଚାଇନା ଏକ ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ପ୍ରଦର୍ଶନ କରୁନାହିଁ। ୮୦ ପ୍ରତିଶତରୁ ଅଧିକ ଲୋକ ସରକାରଙ୍କ ଆଭିମୁଖ୍ୟ ଗ୍ରହଣ ତାଇୱାନର ଭବିଷ୍ୟତ ଏବଂ ଚାଇନା ସହିତ ସମ୍ପର୍କର ବିକାଶ ଏହାର ୨.୩ କୋଟି ଜନସଂଖ୍ୟାଙ୍କ ହିତକୁ ଦୃଷ୍ଟିରେ ରଖି ହେବା ଆବଶ୍ୟକ।

Share