ପଶ୍ଚିମ ଏସିଆ ଦେଶର ଜେଲରେ ବନ୍ଦ ଥିବା ଭିକାରୀଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନୀ

ଇସଲାମାବାଦ,୨୮।୯: ଆତଙ୍କବାଦ ଏବଂ ଗଧ ରପ୍ତାନି ପାଇଁ ପାକିସ୍ତାନ ଅନେକ ସମୟରେ ହେଡଲାଇନରେ ରହିଆସିଛି। ବର୍ତ୍ତମାନ ଆଉ ଏକ ଖବରକୁ ନେଇ ପାକିସ୍ତାନ ଚର୍ଚ୍ଚାକୁ ଆସିଛି। ଭିକ୍ଷାବୃତ୍ତିକୁ ନେଇ ପଶ୍ଚିମ ଏସୀୟ ଦେଶ ମଧ୍ୟ ପାକିସ୍ତାନ ଦ୍ୱାରା ଅସୁବିଧାରେ ପଡିଛନ୍ତି। ସୂଚନା ଅନୁଯାୟୀ, ପଶ୍ଚିମ ଏସିଆ ଦେଶରେ ଭିକ୍ଷାବୃତ୍ତି ପାଇଁ ବହୁ ସଂଖ୍ୟକ ଲୋକଙ୍କୁ ଜେଲରେ ବନ୍ଦୀ କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ଭିକ୍ଷାବୃତ୍ତି ପାଇଁ ପାଇଁ ଜେଲରେ ବନ୍ଦ ଥିବା ୯୦ ପ୍ରତିଶତ ଲୋକ ପାକିସ୍ତାନର। ଏହି ପରିସ୍ଥିତିରୁ ଅନୁମାନ କରାଯାଇପାରେ ଯେ ପାକିସ୍ତାନର ଆଭ୍ୟନ୍ତରୀଣ ପରିସ୍ଥିତି କ’ଣ ହେବ।

ସାଉଦି ଆରବ ଏବଂ ଇରାକ ଭଳି ଦେଶ ମଧ୍ୟ ଭିକ୍ଷାବୃତ୍ତି ବନ୍ଦ କରିବାକୁ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି। ପ୍ରବାସୀ ପାକିସ୍ତାନୀ ସଚିବ ଜିଶାନ ଖାନଜାଦା ନିକଟରେ ଏକ ସ୍ଥାୟୀ କମିଟିକୁ ଏହି ସୂଚନା ଦେଇଥିଲେ। କେବଳ ଏତିକି ନୁହେଁ, ମକ୍କାର ଗ୍ରାଣ୍ଡ ମସଜିଦ ଭିତରେ ଗିରଫ ହୋଇଥିବା ଅଧିକାଂଶ ପକେଟମାର ପାକିସ୍ତାନର।

ଇରାକ ଏବଂ ସାଉଦି ଆରବର ରାଷ୍ଟ୍ରଦୂତମାନେ ରିପୋର୍ଟ କରିଛନ୍ତି ଯେ, ପାକିସ୍ତାନୀ ଭିକାରୀମାନେ ଉମ୍ରା ଭିଜା ଉପରେ ଜିଆରତ (ତୀର୍ଥଯାତ୍ରା) ନାମରେ ବିଦେଶ ଯାତ୍ରା କରନ୍ତି ଏବଂ ପରେ ରାସ୍ତାରେ ଭିକ ମାଗନ୍ତି। ପାକିସ୍ତାନରେ ମଧ୍ୟ ପୂର୍ବର ବିମାନଗୁଡ଼ିକ ପ୍ରାୟତଃ ଭିକାରୀମାନଙ୍କ ଦ୍ୱାରା ପୂର୍ଣ୍ଣ ହୋଇଥାଏ।

Share