କୋଭାକ୍ସିନ୍‌ ସମ୍ପର୍କିତ ୯୦ ପ୍ରତିଶତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଡବ୍ଲ୍ୟୁଏଚ୍‌ଓରେ ଦାଖଲ ହୋଇଛି: ଭାରତ ବାୟୋଟେକ୍‌…

ନୂଆଦିଲ୍ଲୀ,୨୫।୫: ଭାରତରେ ଦେଖାଦେଇଥିବା କରୋନା ମହାମାରୀ ଭୂତାଣୁ ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଦେଶରେ ସେରମ୍‌ ଇନଷ୍ଟିଚ୍ୟୁଟ୍‌ର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍‌ ଟିକାକୁ ସାର୍ବଜନୀକ ଟିକାକରଣ ଅଭିଯାନରେ ସାମିଲ କରାଯାଇଛି। ତେବେ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍‌ ଟିକା ମାନ୍ୟତା ମିଳି ନ ଥିବା ଦର୍ଶାଇ ଏହି ଟିକା ନେଇଥିବା ଭାରତୀୟଙ୍କ ବିଦେଶ ଯାତ୍ରାରେ କେତେକ ସମସ୍ୟା ସୃଷ୍ଟି ହୋଇଥିଲା। ମାତ୍ର ଭାରତ ବାୟୋଟେକ୍‌ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୂଚନା ଦିଆଯାଇଛି ଯେ, କୋଭାକ୍ସିନ୍‌ ସମ୍ପର୍କିତ ୯୦ ପ୍ରତିଶତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ରେ ଦାଖଲ କରାଯାଇଛି। ଯାହାଦ୍ୱାରା କୋଭାକ୍ସିନ୍‌କୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର କରାଯାଇ ପାରିବା ନେଇ ଏହାକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ତାଲିକାରେ ସାମିଲ କରାଯାଇ ପାରିବ। କୋଭିଶିଲ୍ଡ ଏହି ତାଲିକାରେ ପୂର୍ବରୁ ତାଲିକାଭୁକ୍ତ ହୋଇ ସାରିଛି। କୋଭାକ୍ସିନ୍‌ ସମ୍ପର୍କିତ ଅଧିକ ତଥ୍ୟ ଆବଶ୍ୟକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।

Share