Categories: ଜାତୀୟ

ସ୍ପାଇସ୍‌ଜେଟ୍‌ ପାଇଲଟ୍‌ଙ୍କୁ ବିମାନ ଉଡାଇବା ମନା

ନୂଆଦିଲ୍ଲୀ,୧୩।୪: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ସ୍ପାଇସ୍‌ଜେଟ୍‌ର ୯୦ ପାଇଲଟଙ୍କ ବୋଇଂ-୭୩୭ ମ୍ୟାକ୍ସ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି। ସିମୁଲେଟର ତାଲିମରେ ତ୍ରୁଟି ଦେଖାଯିବା ପରେ ଡିଜିସିଏ ଏହି ପଦକ୍ଷେପ ନେଇଛି। ଏହି ପାଇଲଟଙ୍କୁ ନୋଏଡାରେ ଏକ ତାଲିମ କେନ୍ଦ୍ରରରେ ସିମୁଲେଟର ତାଲିମ ଦିଆଯାଇଥିଲା। ବୁଧବାର ଡିଜିସିଏ ମୁଖ୍ୟ ଅରୁଣ କୁମାର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଏହି ପାଇଲଟମାନଙ୍କୁ ମ୍ୟାକ୍ସ ବିମାନ ଉଡାଣ ଉପରେ ବାରଣ କରାଯାଇଛି। ବିମାନ ଉଡ଼ାଇବା ପାଇଁ ସେମାନଙ୍କୁ ପୁନର୍ବାର ସଫଳ ତାଲିମ ନେବାକୁ ପଡିବ। ଏତଦ୍‌ ବ୍ୟତୀତ ପ୍ରଶିକ୍ଷଣରେ ତ୍ରୁଟି ପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅରୁଣ କୁମାର କହିଛନ୍ତି।

Share