ହ୍ବିଲଚେୟାରରେ ଭୋଟ ଦେବାକୁ ଆସିଲେ ୯୦ବର୍ଷୀୟ ବୃଦ୍ଧା

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଚତୃର୍ଥ ପର୍ଯ୍ୟାୟ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହେବ। ସକାଳୁ ସକାଳୁ ଲମ୍ବା ଲାଇନ୍‌ରେ ଠିଆ ହୋଇ ଭୋଟରମାନେ ବହୁ ଉତ୍ସୁକତାର ସହ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି। ଇତିମଧ୍ୟରେ ହର୍ଦ୍ଦୋଇର ଏକ ମତଦାନ କେନ୍ଦ୍ରରେ ଏକ ପ୍ରେରଣାଦାୟକ ଘଟଣା ସାମ୍ନାକୁ ଆସିଛି। ଜଣେ ୯୦ବର୍ଷୀୟ ବୃଦ୍ଧା ହ୍ବିଲ ଚେୟାରରେ ବସି ହର୍ଦ୍ଦୋଇର ଏକ ମତଦାନ କେନ୍ଦ୍ରରେ ଭୋଟ ଦେବାକୁ ଆସିଥିବା ଦେଖିବାକୁ ମିଳିଛି। ତାଙ୍କୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି ଗଣତନ୍ତ୍ର ପାଇଁ ଭୋଟ କେତେ ଜରୁରୀ। ବୃଦ୍ଧାଙ୍କ ଏଭଳି କାର୍ଯ୍ୟକୁ ସବୁମହଲରେ ପ୍ରଶଂସା କରାଯାଉଥିବା ବେଳେ ତାଙ୍କ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share