ମୈନେ,୧୨।୧୦: ଦୀର୍ଘ ୯୦ ବର୍ଷ ପରେ ମୈନ ଦ୍ୱୀପରେ ଜଣେ ଶିଶୁ ଜନ୍ମ ନେଇଛି। ଦୁଇ ସପ୍ତାହ ପୂର୍ବରୁ ଜନ୍ମ ହୋଇଥିବା ଏହି ଶିଶୁର ନାମ ଆଜାଲିଏ ବେଲି ଗ୍ରେ ରଖାଯାଇଛି। ଆରୋନ୍ ଗ୍ରେ ଓ ଏରିନ୍ ଫର୍ନାଲ୍ଡ ଗ୍ରେଙ୍କର ଏହା ଷଷ୍ଠ ସନ୍ତାନ। ଶିଶୁଟିକୁ ଜନ୍ମଦେବା ଲାଗି ମାଉଣ୍ଡ ଡିଜାର୍ଟ ଦ୍ୱୀପକୁ ଯିବାର ଯୋଜନା ସେମାନେ ରଖିଥିଲେ। କିନ୍ତୁ ସେପ୍ଟେମ୍ବର ୨୬ରେ ସେଠାରେ ଶିଶୁଟି କୌଣସି ସମସ୍ୟାର ସମ୍ମୁଖୀନ ନ ହୋଇ ଜନ୍ମ ହୋଇଥିଲା। ଶେଷଥର ଲାଗି ୧୯୨୭ରେ ମୈନ ଦ୍ୱୀପରେ ଶିଶୁ ଜନ୍ମ ନେଇଥିଲା ବୋଲି କହିଛନ୍ତି ଆରୋନ୍ଙ୍କ ଜେଜେ ଓ୍ବାରେନ୍ ଫର୍ନାଲ୍ଡ।