Posted inଜାତୀୟ

ମକ୍କାରେ ହଜ୍‌ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା, ୬୮ ଭାରତୀୟ ସାମିଲ

ମକ୍କା,୨୦।୬: ଚଳିତ ବର୍ଷ ହଜ୍‌ଯାତ୍ରା ପାଇଁ ସାଉଦି ଆରବର ମକ୍କା ଓ ମଦିନା ସହରରେ ୨୦ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କ ସମାଗମ ଘଟିଥିଲା। ହେଲେ ଭୀଷଣ ଗରମ ସହ ଗୁଳୁଗୁଳି କାରଣରୁ ସାଉଦି ଆରବରେ ୯୦୦ରୁ ଅଧିକ ହଜ୍‌ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ହଜ୍‌ଯାତ୍ରୀଙ୍କ ମଧ୍ୟରେ ୬୮ଜଣ ଭାରତୀୟ ରହିଥିବା ନେଇ ଯାତ୍ରା ସହ ଜଡ଼ିତ ଜଣେ ସାଉଦି ଆରବର କୁଟନୀତିଜ୍ଞ କହିଛନ୍ତି। ତେବେ ଭାରତରୁ ଚଳିତ ବର୍ଷ ୧,୭୫,୦୦୦ ଯାତ୍ରୀ ହଜ୍‌ ପାଇଁ ଯାଇଥିବା ବେଳେ ଏଯାବତ ସରକାରଙ୍କ ପକ୍ଷରୁ କୌଣସି ଆଧିକାରୀକ ସୂଚନା ଜାରି କରାଯାଇ ନାହିଁ।

ଗୁରୁବାର ଏଏଫ୍‌ପିର ନୂଆ ରିପୋର୍ଟ ମୁତାବକ ହଜ୍‌ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୯୦୦ ଟପିଛି। ଗତ ବର୍ଷ ହଜ୍‌ ସମୟରେ ୨୦୦ରୁ ଅଧିକ ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ମୃତକ ହଜ୍‌ଯାତ୍ରୀଙ୍କ ମଧ୍ୟରେ ସର୍ବାଧିକ ଇଜିପ୍ଟରୁ ଥିବା ବେଳେ ବାକି ଟ୍ୟୁନିସିଆରୁ, ଇଣ୍ଡୋନେସିଆରୁ, ଜୋର୍ଡାନରୁ, ଭାରତ ଏବଂ ଇରାନର ରହିଉନ୍ତି। ଖବର ଅନୁଯାୟୀ ସମସ୍ତ ତୀର୍ଥଯାତ୍ରୀଙ୍କ ମୃତଦେହ ନିଜ ନିଜ ଦେଶକୁ ପଠାଯିବ ନାହିଁ, ସାଉଦି ଆରବରେ ହିଁ ସେମାନଙ୍କୁ ସମାଧି ଦିଆଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋଦି ସରକାର କରିଛନ୍ତି ଅପମାନ’, ମନମୋହନ ସିଂଙ୍କ ଅନ୍ତିମ ସଂସ୍କାରକୁ ନେଇ ରାଗିଲେ ରାହୁଲ

ନୂଆଦିଲ୍ଲୀ,୨୮।୧୨: ଅର୍ଥନୈତିକ ସଂସ୍କାରର ଜନକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଶନିବାର (୨୮ ଡିସେମ୍ବର ୨୦୨୪)ରେ ନିଗମ ବୋଧ ଘାଟରେ ରାଷ୍ଟ୍ରୀୟ ସମ୍ମାନରେ ଶେଷ...

କଂଗ୍ରେସର ଦାବି ମାନିନେଲେ ମୋଦି ସରକାର

ନୂଆଦିଲ୍ଲୀ,୨୮।୧୨: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର (ଡିସେମ୍ବର ୨୫) ରାତିରେ ଘୋଷଣା କରିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ସ୍ମୃତି ଉଦ୍ଦେଶ୍ୟରେ ସରକାର...

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଅଜିତ ପାଓ୍ବାରଙ୍କ ଦଳ

ନୂଆଦିଲ୍ଲୀ,୨୮।୧୨: ଅଜିତ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଦିଲ୍ଲୀ ବିଧାନସଭା ନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ ସ୍ଥାନ ଦେଇଛି। ଏନସିପି ୧୧ଜଣ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି...

୧୦୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା: ସକାଳୁ ସକାଳୁ ଛେଚିଲା

ନୂଆଦିଲ୍ଲୀ,୨୮।୧୨: ବର୍ଷା ପରେ ଶୀତ, ଶୀତ ମଧ୍ୟରେ ବର୍ଷା ଲାଗି ରହିଛି। ପ୍ରବଳ ଶୀତ ମଧ୍ୟରେ ଦଲ୍ଲୀରେ ପ୍ରବଳ ବର୍ଷା ହୋଇଛି । ଅନ୍ୟପକ୍ଷେ ୧୦୧...

ଭାଜପାକୁ ନେଇ ଚମକାଇବା ଭଳି ଭବଷ୍ୟବାଣୀ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୮।୧୨: ନୂଆ ବର୍ଷରେ ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବାକୁ ଯାଉଛି। ନିର୍ବାଚନ ପାଖେଇ ଆସୁଥିବାରୁ ଆମ ଆଦମୀ ପାର୍ଟି ଭାଜପା ଉପରେ ଆକ୍ରମଣ...

ପଞ୍ଚଭୂତରେ ବିଲୀନ ହେଲେ ମନମୋହନ ସିଂ: ଝିଅ ଦେଲେ ମୁଖାଗ୍ନି

ନୂଆଦିଲ୍ଲୀ,୨୮।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ଆଜି ଦିଲ୍ଲୀର ନିଗମବୋଧ ଘାଟରେ ରାଜକୀୟ ସମ୍ମାନ ସହ ଶେଷ ହୋଇଛି। ତାଙ୍କ ଝିଅ ପିତାଙ୍କୁ...

ଶିଖ୍‌ ଧର୍ମରେ କିପରି କରାଯାଏ ଅନ୍ତିମ ସଂସ୍କାର, ହିନ୍ଦୁ ଧର୍ମର ରୀତିନୀତି ଠାରୁ ଏହା କେତେ ଅଲଗା

ନୂଆଦିଲ୍ଲୀ,୨୮।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଡିସେମ୍ବର ୨୬ରେ ଦେହାନ୍ତ ହୋଇଛି। ତେବେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଉଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ...

ଅନ୍ତିମ ଯାତ୍ରାରେ ବାହାରିଲେ ମନମୋହନ ସିଂ

ନୂଆଦିଲ୍ଲୀ,୨୮।୧୨: ଅନ୍ତିମ ଯାତ୍ରାରେ ବାହାରଛନ୍ତି ମନମୋହନ ସିଂ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆର୍ଥତ୍କ ସଂସ୍କାରର ଅଗ୍ରଦୂତ ଡ. ମନମୋହନ ସିଂ। ନିଗମବୋଧ ଘାଟକୁ ତାଙ୍କ ପାଥିବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri