୯୧ ଅଭିଯୋଗର ସମାଧାନ

ଢେଙ୍କାନାଳ ଅଫିସ,୨୪।୫ ଢେଙ୍କାନାଳ ଜିଲା ଓଡାପଡା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୧୩୧ଟି ଅଭିଯୋଗ ଗ୍ରହଣ କରାଯାଇ ତନ୍ମଧ୍ୟରୁ ୯୧ଟିର ସମାଧାନ କରାଯାଇଥିଲା। ରେଡ୍‌କ୍ରସ ସହାୟତା ପାଣ୍ଠି ପାଇଁ ୮ ଆବେଦନପତ୍ର ଗ୍ରହଣ କରାଯାଇଥିଲା।
ଜିଲାପାଳ ସରୋଜ କୁମାର ସେଠୀ ଶିବିରରେ ଅଭିଯୋଗଗୁଡିକର ଶୁଣାଣି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍‌ପି ପୁରୁଷୋତ୍ତମ ସେଠୀ, ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି, ପିଡି ଡିଆରଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ, ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତି, ବିଡିଓ ଦାଶରଥି ଜେନା, ତହସିଲଦାର ବାଣୀ ନିବେଦିତା ସ୍ବାଇଁ, ଏସ୍‌ଡିପିଓ ବିକାଶ ବେଉରା, ବ୍ଲକ ଉପାଧ୍ୟକ୍ଷ ଅମିତାବ ସ୍ବାଇଁ, ପିଜି ସେଲ ସହକାରୀ ଜିଲାପାଳ ସୌମ୍ୟା ଶତଭିସା ଓ ଅଧିକାରୀ ଲଳିତ ମୋହନ ଚୌଧୁରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Share