ବୋଲ ମାନୁନି କରୋନା: ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୯୧, ଜାଣନ୍ତୁ କେଉଁଠୁ କେତେ..

ଭୁବନେଶ୍ୱର,୨୨।୭(ବ୍ୟୁରୋ): ରାଜଧାନୀରେ ବୁଧବାର ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୪୩କୁ ବୃଦ୍ଧି ପାଇଛି। ତେବେ ନୂଆ ପଜିଟିଭ୍‌ଙ୍କ ମଧ୍ୟରେ ୭୨ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୧୯ ଲୋକାଲ୍‌ କେସ୍‌ ରହିଛି। ସେହିଭଳି ୯୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଅପରାହ୍ନରେ ଭୁବନୋବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

୧୯ ଲୋକାଲ କେସ୍‌ ମଧ୍ୟରେ ଆଇଆର୍‌ସି ଭିଲେଜ୍‌ ଏନ୍‌-୬ର ଜଣେ ମହିଳା, ଲକ୍ଷ୍ମୀସାଗର ଅଞ୍ଚଳର ୫୮ ବର୍ଷୀୟ ପୁରୁଷ, ଚନ୍ଦ୍ରଶେଖରପୁର ଅଞ୍ଚଳର ୩୦ ବର୍ଷୀୟ ଯୁବକ, କେଳଥିଆର ୫୪ ବର୍ଷୀୟ ମହିଳା, ପାତ୍ରପଡ଼ାର ୪୮ ବର୍ଷୀୟ ବ୍ୟକ୍ତି, ପାଣ୍ଡରା ଜଗନ୍ନାଥ ନଗରର ୭୦ ବର୍ଷୀୟା ବୃଦ୍ଧା, ଖଣ୍ଡଗିରି ଅଞ୍ଚଳର ୧୭ ବର୍ଷୀୟ ନାବାଳକ, ବେସରକାରୀ ହସ୍ପିଟାଲର ଜଣେ ମହିଳା କର୍ମଚାରୀ(୨୬ ବର୍ଷ), ସହିଦନଗର ଇପିଏଫ୍‌ କଲୋନୀର ୫୦ ବର୍ଷୀୟ ବ୍ୟକ୍ତି, ଶୈଳଶ୍ରୀବିହାରର ୬୪ ବର୍ଷୀୟ ବୃଦ୍ଧ, ୟୁନିଟ୍‌ ୩ ଖାରବେଳର ନଗରର ଜଣେ ସରକାରୀ ଅଫିସ କର୍ମଚାରୀ(୫୨ ବର୍ଷ), ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ସୁରକ୍ଷା କର୍ମଚାରୀ, ଲକ୍ଷ୍ମୀସାଗର ଓସ୍କାର ସିଟିର ଜଣେ ୪୫ ବର୍ଷୀୟ ବ୍ୟକ୍ତି, ବରମୁଣ୍ଡା ଅଞ୍ଚଳର ୨୯ ବର୍ଷୀୟା ଯୁବତୀ, ଝାରପଡ଼ା ଅଞ୍ଚଳର ୨୬ ବର୍ଷୀୟ ଯୁବକ, ପୋଖରୀପୁଟ ଅଞ୍ଚଳର ୪୬ ବର୍ଷୀୟ ବ୍ୟକ୍ତି, ଝାରପଡ଼ାର ୨୬ ବର୍ଷୀୟ ଯୁବକ, ପୋଖରୀପୁଟ କୋକିଳା ରିସର୍ଟ ଅଞ୍ଚଳର ୩୮ ବର୍ଷୀୟ ବ୍ୟକ୍ତି, ଡୁମ୍‌ଡୁମାର ୫୦ ବର୍ଷୀୟ ବ୍ୟକ୍ତି, ୩୫ ବର୍ଷୀୟ ବ୍ୟକ୍ତି ଅଛନ୍ତି।

Share