କଟକରୁ ୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ମାଲଗୋଦାମ ଅଞ୍ଚଳରୁ ଅଛନ୍ତି ସର୍ବାଧିକ, ଜାଣନ୍ତୁ…

କଟକ ଅଫିସ,୪।୮: କଟକରେ ମାଡ଼ି ଚାଲିଛି କରୋନା। ମଙ୍ଗଳବାର ସହରରେ ୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୮୨କୁ ବୃଦ୍ଧି ପାଇଛି। ସେଥିରୁ ୫୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୮୦ ଆକ୍ଟିଭ୍‌ କେସ୍‌ ରହିଛି। ସେହିଭଳି ୧୦ଜଣଙ୍କ ମୃତ୍ୟୁ ଘଟିଛି। ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ରୁ ୬, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ୭୩, ଲୋକାଲ କେସ୍‌ ୧୨ ରହିଛି। ହୋମ୍‌ କ୍ୱାରାଣ୍ଟାଇନ୍‌ ମାମଲା ମଧ୍ୟରେ ସର୍ବାଧିକ ମାଲଗୋଦାମ ଅଞ୍ଚଳର ୨୮ କେସ୍‌ ରହିଛି। ଏନେଇ ସିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Share