ରାଜ୍ୟରେ କୋଭିଡ୍‌ ଯୋଗୁ ୯୧୨୮ ମୃତ୍ୟୁ

ଭୁବନେଶ୍ୱର,୨୬/୭(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ଯୋଗୁ ୯୧୨୮ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଖୋର୍ଦ୍ଧାରେ ସର୍ବାଧିକ ୧୭୫୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କଟକ ୯୦୭, ଅନୁଗୋଳ ୪୧୮, ସୁନ୍ଦରଗଡ଼ ୬୮୨, ପୁରୀ ୪୮୮, ବାଲେଶ୍ୱର ୩୬୦, ବରଗଡ଼ ୩୫୩, ଗଞ୍ଜାମ ୫୧୨, ଜଗତ୍‌ସିଂହପୁର ୩୪୪, ଯାଜପୁର ୨୦୦, , ଝାରସୁଗୁଡ଼ା ୧୮୨, କଳାହାଣ୍ଡି ୨୧୯, କେନ୍ଦ୍ରାପଡ଼ା ୨୭୪, କେନ୍ଦୁଝରରେ ୧୯୩ ଜଣ କରୋନାରେ ମରିଛନ୍ତି। ସେହିପରି ଅନ୍ୟ ଜିଲାରେ ମଧ୍ୟ କରୋନା ମୃତ୍ୟୁ ହୋଇଛି। ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସୋମବାର ବିଧାନସଭାରେ ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, କୋଭିଡ୍‌ ମୃତ୍ୟୁ ପ୍ରମାଣପତ୍ର ପାଇଁ ୨୭,୮୫୮ ଆବେଦନ ଆସିଥିବା ବେଳେ ୨୪,୭୧୭ ପ୍ରମାଣପତ୍ରକୁ ଅନୁମୋଦନ କରାଯାଇଛି।

Share