ମାରଣାତ୍ସ ଦେଖାଇ ଲୁଟିନେଲେ ୯୨ ହଜାର ଟଙ୍କା, ପୋଲିସର ତଦନ୍ତ ଆରମ୍ଭ

ଦେବଗଡ,୯।୩(ଡି. ଏନ. ଏ.): ଦେବଗଡ ଥାନା ଅନ୍ତର୍ଗତ ଚିକିଣି ଘାଟି ନିକଟରେ ମାରଣାତ୍ସ ଦେଖାଇ ୨ଜଣ ଯୁବକଙ୍କଠାରୁ ୯୨ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ଦେବଗଡ ଆଦର୍ଶ ଥାନାରେ ଗୁରୁବାର ଅଭିଯୋଗ ହୋଇଛି। ଖବର ମୁତାବକ, ସମ୍ବଲପୁର ସହରର ରଞ୍ଜନ ପାଢ଼ୀ ଓ ସମ୍ବଲପୁର ଜିଲା ଖରସନମାଲ ବିଦ୍ୟାଧର ଖମାରି ମେଡିସିନ କମ୍ପାନୀରେ କାର୍ଯ୍ୟ କରୁଛନ୍ତି। ସେମାନେ ଦ୍ବିପହର ସମୟରେ ରିଆମାଳ ବ୍ଲକ ଅନ୍ତର୍ଗତ ରେଙ୍ଗାଲବେଡାରୁ ମେଡିସିନ ଦୋକାନରୁ ଅର୍ଥ ସଂଗ୍ରହ କରି ଦେବଗଡ ଅଭିମୁଖେ ଫେରୁଥିବାବେଳେ ଚିକିଣି ଘାଟି ନିକଟରେ ୨ଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ପଲସର ବାଇକ୍‌ରେ ଆସି ସେମାନଙ୍କୁ ମାରଣାତ୍ସ ଦେଖାଇ ଭୟଭୀତ କରି ୯୨ ହଜାର ଟଙ୍କା ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏ ନେଇ ରଞ୍ଜନ ଓ ବିଦ୍ୟାଧର ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମାଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଥରୁଛି ଦାରିଙ୍ଗବାଡି, ନିଆଁ ଭରସା

ଦାରିଙ୍ଗବାଡି, ୨୬।୧୧ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ କିଛି ଦିନ ହେଲା ତାପମାତ୍ରା ହ୍ରାସ ପାଇବା...

ସମ୍ବିଧାନ ଦିବସରେ ବାହାରିଲା ପଦଯାତ୍ରା: ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୧: ଆଜି ହେଉଛି ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖରେ ଏହି ଦିବସ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ରାଜଧାନୀ...

ଚାନ୍ଦା ଆଦାୟ କରି ଧରାପଡିଲେ କନିଷ୍ଠ ଏମ୍‌ଭିଆଇ

ଗୋପାଳପୁର,୨୬ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ କଡ଼ରେ ପରିବହନ ବିଭାଗର ଜଣେ କନିଷ୍ଠ ଏମଭିଆଇ ଓ କେତେ ଜଣ ଯୁବକ...

୪ କଳାକାରଙ୍କୁ ନେଇ ଏଥର କଂସ ଚୟନ

ବରଗଡ଼,୨୬।୧୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ୨୦୨୫ ଜାନୁଆରୀ ୩ତାରିଖରୁ ଆରମ୍ଭ ହେବ। ୧୧ଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ଏଥର କଂସ...

ଭାଜପାରେ ଯୋଗଦେବେ କି ଅମର ଶତପଥୀ: କହିଦେଲେ ମନର କଥା

ଚଣ୍ଡିଖୋଲ,୨୬ା୧୧(ପ୍ରଦୀପ୍ତ କୁମାର ପୃଷ୍ଟି):ଏବେ ଧୀରେ ଧୀରେ ଆଞ୍ଚଳିକ ଦଳଗୁଡ଼ିକର ପ୍ରଭାବ କମୁଛି। ଜାତୀୟ ଦଳ ସହଯୋଗରେ ଆଞ୍ଚଳିକ ଦଳଗୁଡ଼ିକ ବିଜୟୀ ହୋଇଛନ୍ତି ବୋଲି ପୂର୍ବତନ ବିଧାୟକ...

ମୋବାଇଲ ଲୁଟ ବେଳେ ଚାଲିଗଲା ଜୀବନ

ସୋର,୨୬ା୧୧(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ୧୬ନଂ. ଜାତୀୟ ରାଜପଥର ଦହିସଢ଼ାଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍କୁଟିରେ ଯାଉଥିବା ମା’ ଓ...

ବିଜେଡି ଛାଡ଼ି ଭାଜପାରେ ମିଶିଲେ ୨୫ ପରିବାର

ଭଞ୍ଜନଗର,୨୬ା୧୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦୋମୁହାଣି ପଞ୍ଚାୟତ ବଞ୍ଜରଗାଁର ରବୀନ୍ଦ୍ରନାଥ ମୁଦୁଲି, ବୁଲୁ ଗୌଡ,ବାଳକୃଷ୍ଣ ଗୌଡ, ସୁଶାନ୍ତ ଗୌଡ, ଲିଟୁ ପ୍ରଧାନଙ୍କ ତତ୍ତ୍ୱାବଧାନରେ ୨୫...

ନନ୍ଦନକାନନକୁ ହାଇଦ୍ରାବାଦରୁ ଆସିଲେ ୨୬ ପ୍ରାଣୀ

ବାରଙ୍ଗ/ତ୍ରିଶୂଳିଆ,୨୬।୧୧(ଲିଙ୍ଗରାଜ ରାଉତ/ତୁଷାରକାନ୍ତ ବେହେରା):କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ହାଇଦ୍ରାବାଦସ୍ଥିତ ନେହେରୁ ଜୁଲୋଜିକାଲ ପାର୍କ ମଧ୍ୟରେ ସୋମବାର ପଶୁପକ୍ଷୀ ଅଦଳବଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri