ଇସଲାମାବାଦ,୧୭।୭: ୯୨ ବର୍ଷ ବୟସ୍କା ଭାରତୀୟ ମହିଳା ରୀନା ଛିବର ୭୫ ବର୍ଷ ପରେ ପାକିସ୍ଥାନର ତାଙ୍କ ପୈତୃକ ଘରେ ପହଞ୍ଚିଛନ୍ତି। ମହିଳା ଜଣଙ୍କ ଶନିବାର ପାକିସ୍ତାନର ରାୱଲପିଣ୍ଡିର ପ୍ରେମ ନିବାସରେ ଅବସ୍ଥିତ ତାଙ୍କ ପୈତୃକ ଘରକୁ ୱାଗା-ଅଟାରୀ ସୀମା ଦେଇ ଯାଇଥିଲେ।
ସୂଚନାଯୋଗ୍ୟ, ୧୯୪୭ ମସିହାରେ ବିଭାଜନ ପରେ ତାଙ୍କ ପରିବାର ସହ ରୀନା ଭାରତ ଯାଇଥିଲେ। ସେତେବେଳେ ତାଙ୍କୁ ୧୫ ବର୍ଷ ବୟସ ହୋଇଥିଲା। ଏହା ପରେ ରୀନା ୧୯୬୫ ମସିହାରେ ପାକିସ୍ତାନ ଯିବା ପାଇଁ ଭିସା ଆବେଦନ କରିଥିଲେ। ହେଲେ ସେତେବେଳେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଯୁଦ୍ଧ ଯୋଗୁ ସେ ଅନୁମତି ପାଇ ନଥିଲେ। ତେବେ ଲୋକଙ୍କ ଲାଗି ଯିବା ଆସିବା ପାଇଁ ଭିସା ପ୍ରତିବନ୍ଧକକୁ ସହଜ କରିବା ପାଇଁ ଉଭୟ ଦେଶର ସରକାରଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ରୀନା ଅନୁରୋଧ କରିଛନ୍ତି।