ନନ୍ଦିନୀ ଶତପଥୀଙ୍କ ୯୨ତମ ଜୟନ୍ତୀ: ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର,୯ା୬(ବ୍ୟୁରୋ): ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ଶତପଥୀଙ୍କ ୯୨ତମ ଜନ୍ମ ଜୟନ୍ତୀ
ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ରାଜଭବନ ନିକଟସ୍ଥ ଏଲଆଇସି ଅଫିସ ଛକସ୍ଥିତ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ ପୂର୍ବକ ସ୍ମୃତିଚାରଣ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ବହୁ ନେତା ଓ ଅନୁଗାମୀ ଉପସ୍ଥିତ ରହି ସ୍ବର୍ଗତାଃ ଶତପଥୀଙ୍କ ସ୍ମୃତିଚାରଣ କରି ତାଙ୍କ ଜନସେବା, ନିଷ୍ଠା, ସାହସ, ସାହିତ୍ୟ ପ୍ରତି ରୁଚି, ରାଜନୈତିକ ବିଚକ୍ଷଣତା ଆଦି ମନେ ପକାଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଏହି ଅବସରରେ ‘ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଆଦ୍ୟାଶା ସତପଥୀ, ମେୟର ସୁଲୋଚନା ଦାସ, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ଧରିତ୍ରୀର କର୍ମଚାରୀମାନେ ଉପସ୍ଥିତ ଥିଲେ।

Share