ବରଗଡ଼ ଅଫିସ,୭ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ପୁଣି ୯୩ ଜଣ ନୂଆ ଆକ୍ରାନ୍ତ ଜିଲାରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୨୦ ଜଣ ରହିଛନ୍ତି । ସେହିପରି ଭେଡେନ ବ୍ଲକର ୩, ବରଗଡ଼ ବ୍ଲକର ୧୬, ଅତାବିରା ବ୍ଲକର୧୧, ଅତାବିରା ଏନ୍ଏସିର ୨, ବରପାଲି ବ୍ଲକର ୨ ପଦ୍ମପୁର ବ୍ଲକର ୭, ପଦ୍ମପୁର ଏନ୍ଏସିର ୩, ଭଟଲି ବ୍ଲକର ୯ ଜଣ, ସୋହେଲା ବ୍ଲକର ୧୧, ପାଇକମାଲ ବ୍ଲକର ଜଣେ, ଅମ୍ବାଭୋନା ୬, ବିଜିପୁର ଓ ଗାଇସିଲେଟ ବ୍ଲକର ଜଣେ ଲେଖାଏ ଆକ୍ରାନ୍ତ ଅଛନ୍ତି।
ସୂଚନାଯୋଗ୍ୟ, ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୦୭୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୨୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ଅନ୍ୟ ୮୨୯ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ ଏବଂ ହୋମ୍ ଆଇସୋଲେଶନରେ ରହି ଚିକିତ୍ସିତ ଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।