୯୩ ଡାକ୍ତରଙ୍କ ଜୀବନ ନେଲାଣି କରୋନା: ୧,୨୭୯ ଜଣ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୪।୭: ଭାରତରେ କରୋନା ସଂକ୍ରମଣ ବଢ଼ିଚାଲିଛି। କରୋନା ଲଢ଼େଇରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଡାକ୍ତରଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧,୨୭୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୩ ଜଣଙ୍କ ମୃତ୍ୟୁ ଘଟି ସାରିଥିବା ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ(ଆଇଏମ୍‌ଏ) ପକ୍ଷରୁ କୁହାଯାଇଛି। ଡ୍ୟୁଟି ସମୟରେ ସେମାନଙ୍କୁ କରୋନା ସଂକ୍ରମଣ ହୋଇଥିବା ଆଇଏମ୍‌ଏ କହିଛି। ଆକ୍ରାନ୍ତ ଡାକ୍ତରଙ୍କ ମଧ୍ୟରେ ୭୭୧ ଜଣଙ୍କର ବୟସ ୩୫ ବର୍ଷରୁ କମ୍‌। ସେହିପରି ୨୪୭ ଜଣ ଡାକ୍ତରଙ୍କ ବୟସ ୩୫ ବର୍ଷରୁ ଅଧିକ ରହିଛି। ଅପରପକ୍ଷରେ ୨୬୧ ଜଣଙ୍କ ବୟସ ୫୦ ବର୍ଷରୁ ଉର୍ଦ୍ଧ୍ୱ ବୋଲି ଆଇଏମ୍‌ଏ ପକ୍ଷରୁ କୁହାଯାଇଛି। କରୋନା ସଂକ୍ରମଣରୁ ମୁକ୍ତ ହୋଇଥିବା ଡାକ୍ତରଙ୍କ ସମ୍ପର୍କରେ ସୂଚନା ଦିଆଯିବା ସମୟରେ ଆଇଏମ୍‌ଏ କର୍ତ୍ତୃପକ୍ଷ ଏଭଳି କହିଛନ୍ତି। ଏବେ ଏହି କରୋନା ଯୋଦ୍ଧାମାନେ କାର୍ଯ୍ୟରେ ଯୋଗଦେଇପାରିବେ।

Share