ଲୋଇସିଂହା,୧୯।୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ବସଷ୍ଟାଣ୍ଡରେ ଏକ ସ୍କର୍ପିଓ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ସ୍କୁଟିରେ ଥିବା ନିକଟସ୍ଥ ପତ୍ରାପାଲି ଗାଁର ୩ ଜଣ ଯୁବକ ରଞ୍ଜନ ପଧାନ, ବ୍ରଜ ପଧାନ ଓ ରମେଶ ମାଝି ଆହତ ହୋଇଛନ୍ତି। ଦୁର୍ଘଣାଟପରେ ସ୍କର୍ପିଓ ଡ୍ରାଇଭର ଓ ଅନ୍ୟ ୨ ଜଣ ବ୍ୟକ୍ତି ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ଓ ପୋଲିସ ଆହତଙ୍କୁ ଉଦ୍ଧାର କରି ଲୋଇସିଂହା ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇଥିବା ଜଣାପଡିଛି। ଅପରପକ୍ଷେ ପୋଲିସ ଦୁର୍ଘଣାଗ୍ରସ୍ତ ସ୍କର୍ପିଓକୁ ଜବତ କରିଛି। ସେଥିରେ କେତେକ ପ୍ୟାକେଟ୍ ଥିବା ଦେଖି ତାହା ଗଞ୍ଜେଇ ବୋଲି ଲୋକେ ସନ୍ଦେହ କରିଥିଲେ। ମଙ୍ଗଳବାର ରାତି ୯ଟାରେ ମାଜିଷ୍ଟ୍ରେଟ ତଥା ଲୋଇସିଂହା ତହସିଲଦାରଙ୍କ ଏବଂ ସଦର ସଏଡ଼ିପିଓ ତୋଫାନ ବାଗଙ୍କ ଉପସ୍ଥିତିରେ ଜବତ ହୋଇଥିବା ସ୍କର୍ପିଓ ଭିତରେ ଥିବା ସାମଗ୍ରୀ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ପ୍ୟାକେଟରୁ ବିପୁଳ ପରିମାଣର ଗଞ୍ଜେଇ ବାହାରିଥିଲା। ଯାହା ୯୩ କେଜିର ହେବ ବୋଲି ଜଣାପଡିଛି। ଏହାକୁ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।