ହାଇଦ୍ରାବାଦ,୧।୧୧: ଅଧ୍ୟୟନ ପ୍ରତି ଆଗ୍ରହ ଏବଂ ଡିଗ୍ରୀ ହାସଲ କରିବାର ଇଚ୍ଛା ଜଣେ ୯୩ ବର୍ଷୀୟା ବୃଦ୍ଧାଙ୍କୁ ଲୋକପ୍ରିୟ କରାଇପାରିଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବାସିନ୍ଦା ରେଭାଥୀ ଥାଙ୍ଗାଭେଲୁ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୦ରେ ସେ ଅବସର ନେଇଥିଲେହେଁ ପାଠପଢ଼ା ଛାଡ଼ି ନ ଥିଲେ। ସେ ନିଜର ଅଧ୍ୟୟନ ଜାରି ରଖିଥିବା ବେଳେ ଇଂରାଜୀରେ ପିଏଚ୍ଜି କରିବାକୁ ଇଚ୍ଛା ରଖିଥିଲେ। ଶେଷରେ ତାହା ହୋଇଛି। ୯୩ ବର୍ଷରେ ସେ ଓସମାନିଆ ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି କରିଛନ୍ତି।
ରେଭାଥୀ ଇଂରାଜୀ ବ୍ୟାକରଣ, ବର୍ଣ୍ଣମାଳା ଏବଂ ଶବ୍ଦ ଗଠନ ପରି ବିଷୟ ଉପରେ ଗବେଷଣା କରିଛନ୍ତି। ସଫଳତାର ସହିତ ପିଏଚ୍ଡି ସମାପ୍ତ କରିଛନ୍ତି। ମଙ୍ଗଳବାର ଓସମାନିଆ ବିଶ୍ୱବିଦ୍ୟାଳୟରେ ୮୩ତମ ସ୍ନାତକୋତ୍ତର ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ରେଭାଥୀଙ୍କୁ ପିଏଚ୍ଡି ଡିଗ୍ରୀ ହାସଲ କରିଛନ୍ତି।
ତେବେ ଓସମାନିଆ ବିଶ୍ୱବିଦ୍ୟାଳୟର ୮୩ତମ ସମାରୋହରେ ୧୦୨୪ଜଣଙ୍କୁ ପିଏଚ୍ଡି ଡିଗ୍ରୀ ପ୍ରଦାନ କରାଯାଇଥିଲା।