ମେ’ ମାସରେ ରାଜଧାନୀରେ ୯୩୦୦ ଆକ୍ରାନ୍ତଙ୍କ ମୃତ୍ୟୁ: ପ୍ରତିଦିନ ୩୦୦ ଅନ୍ତିମ ସଂସ୍କାର…

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ମେ’ ମାସରେ କରୋନା ଘାତକ ସାଜିଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟାରେ ଭାରତ ମେ’ ମାସରେ ପୃଥିବୀରେ ରେକର୍ଡ କରିଛି। ଗୋଟିଏ ମାସରେ ଦେଶରେ ୧ ଳକ୍ଷ ୨୦ ହଜାରରୁ ଅଧିକ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ଘଟିଛି। ରାଜଧାନୀ ଦିଲ୍ଲୀରେ ମେ’ ମାସରେ ୯୩୦୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ପ୍ରତିଦିନ ରାଜଧାନୀର ବିଭିନ୍ନ ଶ୍ମଶାନ ଏବଂ କବରସ୍ତାନରେ ୩୦୦ କରୋନା ମୃତକଙ୍କ ଅନ୍ତିମ ସଂସ୍କାର ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶର ବିଭିନ୍ନ ଶ୍ମଶାନ ଏବଂ କବରସ୍ତାନରେ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସେଭଳି ସ୍ଥିତି ଜାରି ରହିଛି। ଦେଶର କରୋନା ମହାମାରୀ ସ୍ଥିତି ସମ୍ପର୍କରେ ଶ୍ମଶାନ ଏବଂ କବରସ୍ତାନରୁ ସୂଚନା ମିଳୁଛି। କେତେକ ସ୍ଥଳେ ସରକାରୀ ରିପୋର୍ଟ ସହିତ ଶ୍ମଶାନ ଏବଂ କବରସ୍ତାନ ରିପୋର୍ଟ ମେଳ ମଧ୍ୟ ଖାଉ ନ ଥିବା ଅଭିଯୋଗ ହୋଇଛି। ଏପ୍ରିଲ୍‌ ମାସରେ ଦେଶରେ କରୋନାରେ ଆକ୍ରାନ୍ତ ହୋଇ ୪୮ ହଜାର ୭୬୮ ଜଣଙ୍କ ମୃତ୍ୟୁ ଘଟିଥିଲା।

Share