Categories: ଜାତୀୟ

୯୪ ଲକ୍ଷ ୟୁଡିଆଇଡି କାର୍ଡ ଦିବ୍ୟାଙ୍ଗଙ୍କ ପାଇଁ ଜାରି, ପଶ୍ଚିମବଙ୍ଗ ଭାଗରେ ମାତ୍ର ୯…

ନୂଆଦିଲ୍ଲୀ,୬।୬ : ସାରା ଦେଶରେ ଦିବ୍ୟାଙ୍ଗଙ୍କ ପାଇଁ ଦିଆଯାଉଥିବା ୟୁଡିଆଇଡି କାର୍ଡକୁ ନେଇ ଏକ ବଡ ସୂଚନା ସାମ୍ନାକୁ ଆସିଛି। ସରକାରୀ ଆକଳନରୁ ଜଣାପଡିଛି ସମଗ୍ର ଦେଶରେ ଜାରି କରାଯାଇଥିବା ମୋଟ ୯୪ ଲକ୍ଷ ୟୁଡିଆଇଡ କାର୍ଡ ମଧ୍ୟରୁ ପଶ୍ଚିମବଙ୍ଗରୁ ଏପର୍ଯ୍ୟନ୍ତ କେବଳ ୯ଟି ତିଆରି ହୋଇଛି।

ଅନନ୍ୟ ଅକ୍ଷମତା ପରିଚୟ କାର୍ଡ (ୟୁଡିଆଇଡି) ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କୁ ଦିଆଯାଉଥିବା ସୁବିଧା ପାଇବାରେ ସାହାଯ୍ୟ କରେ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଅଂଶୀଦାର ହୋଇଥିବା ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ୭୧୬ ଟି ଜିଲାରେ ୯୪.୩୦ ଲକ୍ଷ ଇ-ୟୁଡିଆଇଡି କାର୍ଡ ତିଆରି କରାଯାଇଛି।

ସରକାରୀ ଆକଳନ ଅନୁଯାୟୀ ପଶ୍ଚିମବଙ୍ଗରେ କେବଳ ୯ କାର୍ଡ ତିଆରି କରାଯାଇଛି। ତେବେ ଦିବ୍ୟାଙ୍ଗଙ୍କ ପାଇଁ କାର୍ଡ ପ୍ରଦାନ ପାଇଁ ପଶ୍ଚିମବଙ୍ଗର ପୃଥକ ଯୋଜନା ଅଛି କି ନାହିଁ ତାହା ଜଣା ପଡିନାହିଁ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ବିରେନ୍ଦ୍ର କୁମାର କହିଛନ୍ତି କାର୍ଡ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ସେମାନେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ ନିରନ୍ତର କଥାବାର୍ତ୍ତା କରୁଛନ୍ତି।

Share