ଆଜିଠାରୁ ଅସ୍ତିତ୍ୱ ହରାଇବ ୯୪ ବର୍ଷ ପୁରୁଣା ଏହି ବ୍ୟାଙ୍କ: ୭ ଲୋକ ମିଶି କରିଥିଲେ ଆରମ୍ଭ

ନୂଆଦିଲ୍ଲୀ,୨୫।୧୧: ସଙ୍କଟ ମଧ୍ୟରେ ଫସିଥିବା ୯୪ ବର୍ଷ ପୁରୁଣା ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ମିଶ୍ରଣ ଡିବିଏସ ବ୍ୟାଙ୍କ ଇଣ୍ଡିଆ ସହ ହୋଇଛି। ଏହି ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ କମିଟିରେ ମଞ୍ଜୁରୀ ମିଳିଛି। ଆଜି ଅର୍ଥାତ ନଭେମ୍ବର ୨୭ଠାରୁ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଶାଖାଗୁ ଡିବିଏସ ବ୍ୟାଙ୍କ ଇଣ୍ଡିଆର ଶାଖା ଭାବେ ପରିଚାଳିତ ହେବ। ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଏହାର ପରିଚୟ ହରାଇବ। ଏହି ବ୍ୟାଙ୍କର ସମସ୍ତ ଗ୍ରାହକଙ୍କ ଖାତା ଡିବିଏସ୍‌କୁ ସ୍ଥାନାନ୍ତର ହେବ। ଲକ୍ଷ୍ମୀ ବିଳାସ ବ୍ୟାଙ୍କର ୫୬୩ଟି ଶାଖା ଓ ୯୭୪ ଏଟିଏମ ଡିବିଏସ ହାତକୁ ଯିବ। ପ୍ରଥମ ଥର ପାଇଁ କେଣସି ବିଦେଶୀ ବ୍ୟାଙ୍କ ଜରିଆରେ ଦେଶ ଭିତରର ଏକ ବ୍ୟାଙ୍କକୁ ଉଦ୍ଧାର କରାଯାଇଛି। ଡିବିଏସ ହେଉଛି ସିଙ୍ଗାପୁରର ସବୁଠୁ ବଡ ବ୍ୟାଙ୍କ। ଲକ୍ଷ୍ମୀ ବିଲାସ ବ୍ୟାଙ୍କ ୧୯୨୬ ମସିହାରେ ତାମିଲନାଡୁର ସାତଜଣ ବ୍ୟବସାୟୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ବି.ଏସ.ଏନ ରାମଲିଙ୍ଗ ଚୋଟିୟାର ଏହାର ନେତୃତ୍ୱ ନେଇଥିଲେ। ସେମାନଙ୍କର ଉଦ୍ଦେଶ୍ୟ ଥିଲା ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଏବଂ କୃଷି ସହ ଜଡିତ କାରୁର ଏବଂ ଆଖପାଖର ଲୋକଙ୍କ ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା। ତେବେ ପ୍ରାଥମିକ ଭାବରେ ବ୍ୟାଙ୍କ ସଫଳ ହେବା ପରେ ଦେଶର ୧୬ଟି ରାଜ୍ୟରେ ୫୬୬ଟି ଶାଖା ଏବଂ ୯୧୮ ଟି ଏଟିଏମ ଚଳାଇଥିଲା।

Share