Categories: ଜାତୀୟ

ରାଜଧାନୀରେ କରୋନାର ଭୟାବହତା: କେବଳ ଏପ୍ରିଲରେ ୯,୪୦୦ ଲୋକଙ୍କ ସରିଲାଣି ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୧୧।୫: ରାଜଧାନୀ ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହରର ଆତଙ୍କ ଦେଖିବାକୁ ମିଳିଛି। କେବଳ ଏପ୍ରିଲ ମାସରେ ରାଜଧାନୀ ମ୍ୟୁନିସିପାଲିଟି କର୍ପୋରେଶନ ଦ୍ୱାରା ପରିଚାଳିତ ୨୮ କୋଭିଡ୍‌ ନାମିତ ଶବଦାହ କେନ୍ଦ୍ରରେ ୯,୪୦୦ରୁ ଅଧିକ ଲୋକଙ୍କ କରୋନା ପ୍ରୋଟୋକଲ୍‌ ଅଧୀନରେ ଶତ୍କାର କରାଯାଇଛି। ଏଥିରୁ ସେଠାକାର ପରିସ୍ଥିତି ସହଜରେ ଅନୁମେୟ। କାରଣ ମହାମାରୀ ଆରମ୍ଭ ହେବା ପରଠାରୁ ଏହା ହେଉଛି ସର୍ବୋଚ୍ଚ ଅନ୍ତିମ ସଂସ୍କାର।

କୁହାଯାଉଛି ଦ୍ୱିତୀୟ ଲହର ଦିଲ୍ଲୀ ଉପରେ ଭାରୀ ପଡ଼ିଛି। ଏବେ ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ଲକ୍‌ଡାଉନ୍‌ ଜାରି ରହିଛି। ପ୍ରାରମ୍ଭିକ ସମୟରେ ଗୋଟିଏ ପଟେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ କରୋନା ଚିକିତ୍ସା କରୁଥିବା ଡାକ୍ତରଖାନାଗୁଡ଼ିକରେ ଅକ୍ସିଜେନ୍‌ ଏବଂ ଆଇସିୟୁର ଅଭାବ ପରିଲକ୍ଷିତ ହୋଇଥିଲା। ହେଲେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ରାଜଧାନୀକୁ ପ୍ରତ୍ୟେହ ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ପହଞ୍ଚିଥିଲା। ଏବେ ଏଠାରେ ଅକ୍ସିଜେନ୍‌ ଏବଂ ଆଇସିୟୁ ଶଯ୍ୟାର ଅଭାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର କହିଛନ୍ତି।

Share