ଭୁବନେଶ୍ୱର,୨୮ା୮(ବ୍ୟୁରୋ): ଶୁକ୍ରବାର ୩୦ ଜିଲାରୁ ୩,୬୮୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୬୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨୨୪୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୪୧ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୭୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାୟଗଡ଼ାରୁ ୪୯୫ ଏବଂ କଟକରୁ ୩୬୯ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୫୬, ବାଲେଶ୍ୱର ୮୭, ବରଗଡ଼ ୧୫୨, ଭଦ୍ରକ ୫୧, ବଲାଙ୍ଗୀର ୬୮, ବୌଦ୍ଧ ୧୨, ଦେବଗଡ଼ ୧୨, ଢେଙ୍କାନାଳ ୬୧, ଗଜପତି ୪୮, ଗଞ୍ଜାମ ୧୭୪, ଜଗତସିଂହପୁର ୪୪, ଯାଜପୁର ୮୮, ଝାରସୁଗୁଡ଼ା ୪୩, କଳାହାଣ୍ଡି ୪୧, କେନ୍ଦ୍ରାପଡ଼ା ୪୪, କେନ୍ଦୁଝର ୫୯, କୋରାପୁଟ ୧୪୦, ମାଲକାନଗିରି ୮୬, ମୟୂରଭଞ୍ଜ ୨୭୨, ନବରଙ୍ଗପୁର ୩୮, ନୟାଗଡ଼ ୧୦୯, ନୂଆପଡ଼ା ୨୩, ପୁରୀ ୧୧୫, ସମ୍ବଲପୁର ୧୨୮, ସୋନପୁର ୨୭ ଏବଂ ସୁନ୍ଦରଗଡ଼ରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୬୮ରେ ପହଞ୍ଚିଥିବା ବେଳେ ୬୫,୩୨୩ ଜଣ ସୁସ୍ଥ ହୋଇଛନ୍ତି। ୨୮,୮୩୬ ଜଣ ଚିକିତ୍ସିତ ହେଉଛନ୍ତି।