ବରମୁଣ୍ଡାରେ ମାତିଲେ ଦୁର୍ବୃତ୍ତ: ମହିଳା ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନେଇଗଲେ ୯୪ ହଜାର ଟଙ୍କା

ଭୁବନେଶ୍ୱର,୫ା୮(ବ୍ୟୁରୋ)-ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡାରେ ବୁଧବାର ଜଣେ ମହିଳା ବ୍ୟାଙ୍କ କର୍ମଚାରୀଙ୍କଠାରୁ ଲୁଟ୍‌ ହୋଇଛି। ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଲେ ମନୋରମା ମହାନ୍ତି। ଦୁର୍ବୃତ୍ତମାନେ ମନୋରମାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୯୪ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ମନୋରମା ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ, ମନୋରମା ବରମୁଣ୍ଡାରେ ଥିବା ବନ୍ଧନ ବ୍ୟାଙ୍କରେ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ବିଭିନ୍ନ ଅଞ୍ଚଳରୁ ଗ୍ରାହକଙ୍କ ନିକଟରୁ ଟଙ୍କା ଆଦାୟ କରି ବ୍ୟାଙ୍କରେ ଡିପୋଜିଟ କରନ୍ତି। ସବୁ ଦିନ ଭଳି ବୁଧବାର ସ୍କୁଟି ସାହାଯ୍ୟରେ ଟଙ୍କା ଆଦାୟ କରିବାକୁ ମନୋରମା ବରମୁଣ୍ଡା ପ୍ରଧାନ ସାହିକୁ ଯାଇଥିଲେ। ଟଙ୍କା ଆଦାୟ କରି ସ୍କୁଟିରେ ଫେରୁଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ତାଙ୍କୁ ଅଟକାଇଥିଲେ। ପରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ବ୍ୟାଗ ନେଇଯାଇଥିବା ମନୋରମା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।

Share