
କର୍ଲାମୁଣ୍ଡା,୨୦ା୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଚଳିତ ମାଟ୍ରିକ ପରୀକ୍ଷାର ଶୁକ୍ରବାର ପ୍ରଥମ ଦିବସରେ ୬ଟି କେନ୍ଦ୍ରରେ ୯୪୬ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ଥିବା ସୂଚନା ମିଳିଛି। ସୂଚନା ମତେ ରିଷିଡ଼ା ବାପୁଜୀ ଉଚ୍ଚ ବିଦ୍ୟାଳୟଠାରେ ଗଜବାହାଲ ଉଚ୍ଚ ବିଦ୍ୟାଳୟ ଓ କର୍ଲାମୁଣ୍ଡା ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ ୨୧୮ ଜଣ ଛାତ୍ରୀ ଛାତ୍ର , ରିଷିଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ତେରେସିଙ୍ଗା ଓ ଭଟାପଲା ହାଇସ୍କୁଲର ୧୩୭ଜଣ ଛାତ୍ରୀଛାତ୍ର, ତେରେସିଙ୍ଗା ହାଇସ୍କୁଲରେ କେସିଙ୍ଗା ବ୍ଲକର ବେଲଖଣ୍ଡି ,ସ. ମାଲପଡ଼ା ଓ ବାପୁଜୀ ହାଇସ୍କୁଲ ରିଷିଡ଼ାର ୧୭୧ ଜଣ ଛାତ୍ରଛାତ୍ରୀ, ଭଟାପଲା ହାଇସ୍କୁଲରେ ଉନ୍ନୀତ ହାଇସ୍କୁଲ ବାଞ୍ଜିପଦର, ରେଗଡା ଓ ରିଞ୍ଜା ହାଇସ୍କୁଲର ୧୨୯ଜଣ ଛାତ୍ରୀଛାତ୍ର, ଗଜବାହଲ ପରୀକ୍ଷା କେନ୍ଦ୍ରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରିଷିଡା, ପୌରକେଲା ଓ ମ.ରାମପୁର ବ୍ଲକ ଗୋଛାଡେଙ୍ଗ ହାଇସ୍କୁଲର ୧୩୪ ଜଣ ଛାତ୍ରୀଛାତ୍ର, ଜୋରାଡ଼ବରା ପରୀକ୍ଷା କେନ୍ଦ୍ରରେ ମ. ରାମପୁର ବ୍ଲକର କେନ୍ଦୁବନ୍ଧ ଓ ମୁଡିଙ୍ଗ ହାଇସ୍କୁଲର ୧୬୭ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବାକୁ ଥିବା ଜଣାପଡ଼ିଛି। ତେବେ ଏହି ବ୍ଲକର ସାପଲହରା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ପାଇଁ ମ .ରାମପୁର ବ୍ଲକର ମୁଡିଙ୍ଗ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ୭ କିମି ଦୂରକୁ ପରୀକ୍ଷା ଦେଇଯିବାକୁ ହେବ ଜଣାପଡ଼ିଛି। ଏନେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ସାଙ୍କୁ ପଚାରିବାରୁ ପରୀକ୍ଷା କେନ୍ଦ୍ରର ସୁପରିଚାଳନା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି।