ମାଟ୍ରିକ ପରୀକ୍ଷା ଫଳ: କୋରାପୁଟ ଜିଲାରେ ୯୫.୩୨ ପ୍ରତିଶତ ଛାତ୍ରୀଛାତ୍ର କୃତକାର୍ଯ୍ୟ

କୋରାପୁଟ,୧୮ା୫(ସ୍ବ.ପ୍ର.): ଗୁରୁବାର ପୁର୍ବାହ୍ନରେ ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ କୋରାପୁଟ ଜିଲାର ୯୫.୩୨ ପ୍ରତିଶତ ଛାତ୍ରୀଛାତ୍ର କୃତକାର୍ଯ୍ୟ ହାଇଥିବା ଜଣାପଡିଛି। ଚଳିତ ମାଟ୍ରିକ ପରୀକ୍ଷାରେ ଜିଲାର ସମୁଦାୟ ୨୭୧ଟି ସ୍କୁଲର ୧୬,୪୨୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ଫିଲପ୍‌ କରିଥିବା ବେଳେ ସେଥିରୁ ୪୪୬ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ୧୧ ଜଣ ମାଲ୍‌ପ୍ରାକ୍ଟିସ କରିଥିବା ଜଣାଯାଇଛି। ପାସ ହୋଇଥିବା ମୋଟ୍‌ ୧୫ ହଜାର ୬୫୫ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଗ୍ରେଡ୍‌ ଏ୧-୧୯ଜଣ, ଏ୨ ଗ୍ରେଡରେ-୧୪୧ଜଣ, ବି୧ ଗ୍ରେଡ୍‌ରେ-୭୩୨ ଜଣ, ବି୨ ଗ୍ରେଡ୍‌ରେ-୨୭୦୮ ଜଣ,ସି ଗ୍ରେଡ୍‌ରେ ୩,୯୭୦ ଜଣ, ଡି ଗ୍ରେଡ୍‌ରେ ୪,୪୦୯ ଜଣ ଏବଂ ଇ ଗ୍ରେଡ୍‌ରେ ୩ ହଜାର ୬୭୬ ଜଣ ପରୀକ୍ଷାର୍ଥୀ ପାସ୍‌ ହୋଇଥିବା ବେଳେ ୩୧୨ ଜଣ ପରୀକ୍ଷାର୍ଥୀ ଫେଲ୍‌ ହୋଇଥିବା ଜଣାଯାଇଛିା କୋରାପୁଟ ଜିଲାର ପାସ୍‌ ହାର ପ୍ରତିଶତ ୯୫.୩୨ ରହିଥିବା ଜଣାଯାଇଛି। ପାସ୍‌ ହୋଇଥିବା ମଧ୍ୟରେ ୮ ହଜାର ୩୭ ଜଣ ଛାତ୍ର ରହିଥିବା ବେଳେ ୭ ହଜାର ୬୧୮ ଛାତ୍ରୀ ରହିଥିବା ଜଣାଯାଇଛି। ସେହିପରି ଏକ୍ସ ରେଗୁଲାର ପରୀକ୍ଷାରେ ଜିଲାର ମୋଟ୍‌ ୧୦ ଜଣ ପରୀକ୍ଷା ଦେଇଥିଲେ। ସେଥିରୁ ୯ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୯୦ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି।

Share