ଆଜି ରାଜ୍ୟରୁ ୯୫ ପଜିଟିଭ୍‌ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଗୁରୁବାର ରାଜ୍ୟରୁ ୯୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୯୮୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୬ ଜଣ ଚିହ୍ନଟ ହୋଇଥିବା ବେଳେ ୩୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ସୁନ୍ଦରଗଡ଼ରରୁ ସର୍ବାଧିକ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧ ଏବଂ ପୁରୀରୁ ୯ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୮, ବାଲେଶ୍ୱର ୨, ବରଗଡ଼ ୪, ବଲାଙ୍ଗୀର ୧, ବୌଦ୍ଧ ୨, ଦେବଗଡ଼ ୫, ଗଞ୍ଜାମ ୧, ଯାଜପୁର ୨, ଝାରସୁଗୁଡ଼ା ୨, କେନ୍ଦୁଝର ୫, ଖୋର୍ଦ୍ଧା ୪, ମୟୂରଭଞ୍ଜ ୩, ନୂଆପଡ଼ା ୫ ଏବଂ ସମ୍ବଲପୁରରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ ସଂଖ୍ୟା ରହିଛି ୧।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫, ୯୮୪ରେ ପହଞ୍ଚିଥିବା ବେଳେ ୩,୩୩,୨୨୦ ଜଣ ସୁସ୍ଥ ହୋଇଛନ୍ତି। ୮୦୧ଜଣ ଚିକିତ୍ସିତ ହେଉଛନ୍ତି।

Share