୯୫ ପ୍ରତିଶତ ଭାରତୀୟ ଶ୍ରମିକଙ୍କର ନାହିଁ ଡିଜିଟାଲ ଦକ୍ଷତା…

ନୂଆଦିଲ୍ଲୀ,୧୪।୧୨ : ଏକ ସର୍ଭେ ଅନୁଯାୟୀ, ଦେଶରେ କରୋନା ମହାମାରୀ ପରେ ଚାକିରିରେ ପରିବର୍ତ୍ତନ ଯୋଗୁ ୯୫ ପ୍ରତିଶତ ଭାରତୀୟ ଶ୍ରମିକଙ୍କର ଡିଜିଟାଲ ଦକ୍ଷତା ଶିଖିବାର ଆବଶ୍ୟକତା ରହିଛି। କନସଲ୍ଟିଂ ଫାର୍ମ ଆଲଫାବେଟାର ଏକ ସର୍ଭେରେ ଏହା ଜଣାପଡିଛି ଯେ ୨୦୨୩ ସୁଦ୍ଧା ଦେଶରେ ୨.୭୦ କୋଟି ଦକ୍ଷ ଡିଜିଟାଲ କୁଶଳୀ ଶ୍ରମିକଙ୍କର ଆବଶ୍ୟକତା ରହିଛି।

ଏଥିରୁ ଏହା ନିଶ୍ଚିତ ଯେ ଆଗାମୀ ସମୟରେ ଡିଜିଟାଲ କୁଶଳୀ ଯୁବବର୍ଗମାନଙ୍କୁ ଅଣ-କୁଶଳୀ ଯୁବବର୍ଗମାନଙ୍କ ଅପେକ୍ଷା ଅଗ୍ରାଧିକାର ଦିଆଯିବ। ଦେଶରେ ଡିଜିଟାଲ ମାର୍କେଟିଂ ଶିଳ୍ପ କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ଏହାର ବ୍ୟବସାୟ ୩୭ ହଜାର କୋଟିରେ ପହଞ୍ଚିଛି। ଆଗାମୀ ଦିନରେ ଏହା ଲଗାତାର ବୃଦ୍‌ଧି ପାଇବାର ଆଶା ମଧ୍ୟ ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share