ଆଜି ରାଜ୍ୟରୁ ୯୫୪୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୦।୫(ବ୍ୟୁରୋ): ରବିବାର ରାଜ୍ୟରୁ ୯୫୪୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୫୬,୬୮୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୩୪୩ ଜଣ ଚିହ୍ନଟ ହୋଇଥିବା ବେଳେ ୪୧୯୮ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୧୬ ଏବଂ ମୟୂରଭଞ୍ଜରୁ ୬୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୫୬୨, ବାଲେଶ୍ୱର ୩୦୨, ବରଗଡ଼ ୨୮୪, ଭଦ୍ରକ ୪୬୪, ବଲାଙ୍ଗୀର ୧୦୧, ବୌଦ୍ଧ ୧୭୭, ଦେବଗଡ଼ ୬୧, ଢେଙ୍କାନାଳ ୧୧୭, ଗଜପତି ୬୯, ଗଞ୍ଜାମ ୧୫୦, ଜଗତସିଂହପୁର ୨୯୯, ଯାଜପୁର ୪୮୯, ଝାରସୁଗୁଡ଼ା ୧୪୦, କଳାହାଣ୍ଡି ୩୧୫, କନ୍ଧମାଳ ୧୦୭, କେନ୍ଦ୍ରାପଡ଼ା ୧୧୪, କେନ୍ଦୁଝର ୧୭୭, କୋରାପୁଟ ୨୧୫, ମାଲକାନଗିରି ୧୨୩, ନବରଙ୍ଗପୁର ୨୫୪, ନୟାଗଡ଼ ୨୩୦, ନୂଆପଡ଼ା ୫୦, ପୁରୀ ୫୨୮, ରାୟଗଡ଼ା ୧୬୪, ସମ୍ବଲପୁରରୁ ୨୨୯, ସୋନପୁର ୨୪୫ ଏବଂ ସୁନ୍ଦରଗଡ଼ରୁ ୫୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୨୨୭।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭,୫୬,୬୮୪ରେ ପହଞ୍ଚିଥିବା ବେଳେ ୬,୫୮,୬୪୬ଜଣ ସୁସ୍ଥ ହୋଇଛନ୍ତି। ୯୫,୨୬୬ ଜଣ ଚିକିିତ୍ସିତ ହେଉଛନ୍ତି।

Share