ଟିକା ନେଇ ନ ଥିଲେ ସାବଧାନ: ମୁମ୍ବାଇରେ ୯୬ ପ୍ରତିଶତ ସଂକ୍ରମିତ ଟିକା ନ ନେଇ ଅକ୍ସିଜେନ ସପୋର୍ଟରେ

ମୁମ୍ବାଇ,୮ ।୧: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଚମକାଇବା ଭଳି ଖବର ମିଳିଛି । ବୃହନମୁମ୍ବାଇ ମହାନଗର ନିଗମ(ବିଏମ୍‌ସି)ର ଏକ ଡାଟାରୁ ସୂଚନା ମିଳିଛି କି ମୁମ୍ବାଇର ହସ୍ପିଟାଲରେ ଅକ୍ସିଜେନ ସପୋର୍ଟରେ ୯୬ ପ୍ରତିଶତ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ଏମାନେ ସମସ୍ତେ ହେଉଛନ୍ତି ୫୦ ବର୍ଷ ବୟସରୁ ଉର୍ଦ୍ଧ୍ୱ । ଏହାସହ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏମାନେ କରୋନା ଟିକା ନେଇ ନାହାନ୍ତି । ଏପଟେ ଡାକ୍ତରମାନେ ବି କହିଛନ୍ତି ଯେଉଁମାନେ କରୋନା ଟିକା ନେଇ ନାହାନ୍ତି ସେମାନଙ୍କୁ ଅକ୍ସିଜେନ ସପୋର୍ଟ ଦେବାକୁ ପଡୁଛି । ତେଣୁ କରୋନା ଟିକା ନେବା ଏବେ ଜରୁରୀ ବୋଲି ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି ।

Share