ନୂଆଦିଲ୍ଲୀ: ଫରେନ ପୋର୍ଟଫୋଲିଓ ନିବେଶକ (ଏଫ୍ପିଆଇ)ମାନେ ଏପ୍ରିଲରେ ପୁଞ୍ଜି ବଜାରରୁ ୯,୬୫୯ କୋଟି ଟଙ୍କା ଉଠାଇ ନେଇଛନ୍ତି। କରୋନାର ଦ୍ୱିତୀୟ ଲହର ପ୍ରଭାବରେ ନିବେଶକ ଆଶଙ୍କାରେ ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ବଜାର ସ୍ଥିତି ବିଗିଡିଲେ ନିବେଶକମାନେ ପୁଞ୍ଜି ବଜାରରୁ ଉଠାଣ ଧାରା ଜାରି ରଖିବେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ୨୦୨୦ ସେପ୍ଟେମ୍ବର ପରଠାରୁ ନିବେଶକମାନେ ପ୍ରଥମଥର ଲାଗି ଏଭଳି ଉଠାଣ କରିଛନ୍ତି। ଏହି ସମୟରେ ନିବେଶକ ୭, ୭୮୨ କୋଟି ଟଙ୍କା ଉଠାଇ ନେଇଥିଲେ।