ତୃଣମୂଳସ୍ତରରେ ୫-ଟିର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ:ସରକାରୀ ସହାୟତାରୁ ବଞ୍ଚିତ ବିଧବା

ରସୁଲପୁର/ଯାଜପୁର ଟାଉନ, ୨-୯(ଡିଏନଏ)- ରାଜ୍ୟ ସରକାର ଜନସାଧାରଣଙ୍କ ହିତରେ ୫-ଟି (ଟାଇମ୍‌, ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫର୍ମରମେଶନ) ଫର୍ମୁଲାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାର ସୁଫଳ ତୃଣମୂଳସ୍ତରରେ ପହଞ୍ଚି ପାରୁନାହିଁ। କେବଳ ଜିଲା ପ୍ରଶାସନ ସଫଳତାକୁ ପ୍ରଚାର ପ୍ରସାର ଆଳରେ ୫-ଟି ମାନୁ ନ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସୀମିତ ରହିଛି। ସରକାରଙ୍କର ଏହି ଯୋଜନା କେତେଦୂର ସଫଳ ହୋଇଛି ତାହା ଅସହାୟ ବିଧବା ବବି ଦଳାଇଙ୍କ ଘଟଣାରୁ ସ୍ପଷ୍ଟ ଜଣାପଡ଼େ। ଯାଜପୁର ଜିଲା ରସୁଲପୁର ବ୍ଲକ ଅର୍ଥଗାଁ ପଞ୍ଚାୟତ ବଡଚଅପୋଇ ଗ୍ରାମର ଅସହାୟ ମହିଳା ବବି ଜିଲାରୁ ବ୍ଲକ ପର୍ଯ୍ୟନ୍ତ ଦୌଡ଼ାଦୌଡ଼ି କରି ବି ଏଯାଏ ସ୍ବାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ହାସଲ କରିବାରେ ବିଫଳ ହୋଇଛନ୍ତି। ଯାହାକି ପ୍ରଶାସନର କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟରେ ସ୍ବଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ପ୍ରକାଶ ଯେ, ବବିଙ୍କ ସ୍ବାମୀ ଅଜିତ୍‌ ଦଳାଇ ୫ ଏପ୍ରିଲ,୨୦୧୯ରେ ଋଣବୋଝ ସହି ନ ପାରି ଆତ୍ମହତ୍ୟା କରିଥିଲେ। ଏ ସମ୍ପର୍କରେ ଯାଜପୁର ସଦର ଥାନାରେ ଏକ ମାମଲା (ନଂ-୦୪/୧୯) ରୁଜୁ ହୋଇଥିଲା। ଯାଜପୁର ଜିଲା ମୁଖ୍ୟ ଚିକିତ୍ସାକେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାକୁ ୬ମାସ ପୂରିବ; କିନ୍ତୁ ଏପର୍ଯ୍ୟନ୍ତ ବବିଙ୍କୁ ସ୍ବାମୀଙ୍କ ମୃତ ପ୍ରମାଣପତ୍ର ଖଣ୍ଡିଏ ମିଳିପାରିଲା ନାହିଁ। ଏହାଛଡ଼ା ସ୍ବାମୀଙ୍କ ମୃତ୍ୟୁ ପରେ ବବି ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ପଡୋଶୀଙ୍କ ସହାୟତାରେ ମୃତ୍ୟୁ ପ୍ରମାଣପତ୍ରଟିଏ ପାଇବା ପାଇଁ ବବିଙ୍କୁ ୫୦୦ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ତଥାପି ସ୍ବାମୀଙ୍କ ମୃତ୍ୟୁ ପ୍ରମାଣପତ୍ର ମିଳିପାରୁ ନାହିଁ। ଅପମୃତ୍ୟୁ ଘଟଣାକୁ ନେଇ ପୋଲିସ ନିକଟରୁ ଫର୍ମ-୩ରେ ରିପୋର୍ଟ ଆସିବାପରେ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରାଯିବ ବୋଲି ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ମତ ରଖିଛନ୍ତି ା ଏ ନେଇ ଯାଜପୁର ସଦର ଥାନାଧିକାରୀ ବଂଶୀଧର ବେହେରାଙ୍କୁ ପଚାରିବାରୁ, ମୃତକଙ୍କ ପରିବାର ଲୋକ ଯାଜପୁର ପୌରପରିଷଦ କାର୍ଯ୍ୟାଳୟରୁ ଫର୍ମ-୩ ଆଣି ଥାନାରେ ଦେବା ପରେ ରିପୋର୍ଟ ପ୍ରଦାନ କରାଯିବ। ଏଥିସହ ଥାନାରୁ ରିପୋର୍ଟ ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଯୋଗ କରାଯାଇ ଦିଆଯିବ। ଉକ୍ତ ରିପୋର୍ଟ ଆଧାରରେ ମୃତକ ପରିବାରକୁ ପ୍ରମାଣପତ୍ର ଓ ଅନ୍ୟାନ୍ୟ ମୃତ୍ୟୁକାଳୀନ ସହାୟତା ମିଳିପାରିବ ବୋଲି ପ୍ରକାଶ କରିଛନ୍ତି। ଅପରପକ୍ଷେ ଆଜି ବି ଏହି ପରିବାର ଭଙ୍ଗା କୁଡ଼ିଆରେ ବସବାସ କରୁଛନ୍ତି। ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନା ଅପହଞ୍ଚ ହୋଇଛି। ଏ ଦିଗରେ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟରେ ସ୍ବଚ୍ଛତାକୁ ନେଇ ସାଧାରଣରେ ସନ୍ଦେହ ଉପୁଜିଛି। ଏସବୁ ବାଦ୍‌ ମହିଳାଙ୍କ ୮ବର୍ଷର ପୁଅ ଜନ୍ମରୁ ଦିବ୍ୟାଙ୍ଗ ଓ ୧୧ବର୍ଷର ଝିଅ ପୁଷ୍ଟିହୀନତାର ଶିକାର ହୋଇଛନ୍ତି ା ଉଭୟ ପଞ୍ଚାୟତରେ ମାଳିଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି। ଦିବ୍ୟାଙ୍ଗ ପ୍ରମାଣପତ୍ର ଥାଇ ବି ଶିଶୁପୁତ୍ରକୁ ଭତ୍ତା ମିଳି ନାହିଁ। ଏସବୁ ଘଟଣା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆଡୁଆଳରେ ରହିଯାଇଛି। ଏହିଭଳି ନାନା ସମସ୍ୟା ଦେଇ ଗତି କରୁଥିବା ଅନୁସୂଚିତ ଜାତିର ଏହି ପରିବାର ନିକଟରେ ୩୬ନଂ ଜୋନ୍‌ର ଜିଲାପରିଷଦ ସଦସ୍ୟ ଚତୁର୍ଭୁଜ ଦ୍ୱିବେଦୀ ପହଞ୍ଚତ୍ ଥିଲେ। ମହିଳାଙ୍କ ଦୁଃଖ ଶୁଣିବା ପରେ ସୋମବାର ସେ ଯାଜପୁର ଜିଲା ସହକାରୀ ଚିକିତ୍ସାଧିକାରୀ, ଜିଲା ସମାଜ ମଙ୍ଗଳ ଅଧିକାରୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ରସୁଲପୁର ବିଡିଓଙ୍କୁ ପତ୍ର ଜରିଆରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଏସବୁ ଜିଲାକୁ ବର୍ଷା, ଆସନ୍ତାକାଲି ବି ବର୍ଷିବ

ଭୁବନେଶ୍ୱର,୨୮ା୧୨: ଶନିବାର ଓ ଆସନ୍ତାକାଲି ୨ ଦିନ ଧରି ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ପଶ୍ଚିମା ଝଡ଼ ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର...

ମନରେଗା ଯୋଜନାରେ ମହାଦୁର୍ନୀତି: ଭିଜିଲାନ୍ସ ତଦନ୍ତ ଦାବି କଲେ ଅଞ୍ଚଳବାସୀ

ଥୁଆମୂଳ ରାମପୁର,୨୭।୧୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ଟିକ୍ରାଗୁଡା ନିକଟରେ ଏକ ପଥର ବନ୍ଧେଇ କାର୍ଯ୍ୟରେ ଅନିୟମିତତା ହୋଇଥିବା ଜଣାପଡିଛି। ମିଳିଥିବା...

ଧାନର ଉଚିତ ମୂଲ୍ୟ, କଟ୍‌ନି ଛଟ୍‌ନି ବନ୍ଦ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ, ଦାବି ପୂରଣ ନ ହେଲେ ଆହୁରି…

କେସିଙ୍ଗା,୨୮ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଚାଷୀଙ୍କ ଅମଳ ଧାନର ଉଚିତ୍‌ ମୂଲ୍ୟ ପ୍ରଦାନ ଓ କଟ୍‌ନି ଛଟ୍‌ନ ବନ୍ଦ ବାବଦକୁ ନେଇ କେସିଙ୍ଗା...

ସନ୍ତରାଗଡ଼ିଆ ନୋଡାଲ ହାଇସ୍କୁଲରେ ହୀରକ ଜୟନ୍ତୀ

ପଞ୍ଚଲିଙ୍ଗେଶ୍ୱର,୨୮ା୧୨(ଲେନିନ କୁମାର ଦେ): ବାଲେଶ୍ୱର ଜିଲା ଔପଦା ବ୍ଲକ ଅଧୀନ ସନ୍ତରାଗଡ଼ିଆ ଅଞ୍ଚଳବାସୀ ପୁରାତନ ଛାତ୍ର ସଂସଦର ସଦସ୍ୟାସଦସ୍ୟ ସକାଳ ୮ରେ ତୃତୀୟ ଶ୍ରୀକ୍ଷେତ୍ରରେ ପୂଜାର୍ଚ୍ଚନା...

କଟନିଛଟନୀ ଅଭିଯୋଗରେ ଭବାନୀପାଟଣା ସଦର ବନ୍ଦ: ଯାତାୟାତ ଠପ୍‌

ଭବାନୀପାଟଣା,୨୮।୧୨(ଉତ୍ତମ କୁମାର ଦାଶ): କଟନିଛଟନୀ ଅଭିଯୋଗରେ ଶନିବାର ଭବାନୀପାଟଣା ସଦର ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ...

ସବୁଜରୁ ହେଲା କମଳା ରଙ୍ଗ:ଉଦ୍‌ଘାଟନ ଅପେକ୍ଷାରେ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ

ଭଦ୍ରକ,୨୮ା୧୨(ସନାତନ ରାଉତ):ଭଦ୍ରକ ଗେଲପୁର ମୌଜାରେ ନିର୍ମାଣ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ଉଦ୍‌ଘାଟନ ଅପେକ୍ଷାରେ ରହିଛି। ପୂର୍ବ ସରକାର ସମୟରୁ ନିର୍ମାଣ ସରିଥିଲେ...

ରାସ୍ତାକଡ଼ରେ ପଡ଼ିଛି ବହୁ ମୂଲ୍ୟବାନ ଔଷଧ , ସ୍ବାସ୍ଥ୍ୟ ବିଭାଗର ତଦନ୍ତ ଜାରି

ଦିଗପହଣ୍ଡି,୨୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ବିଜୟ ଆଦିକନ୍ଦପୁର – ତେଲିଆପଲ୍ଲୀ ଗ୍ରାମ ନିକଟ ରାସ୍ତାକଡରେ ପଡ଼ିଥିବା ବହୁସଂଖ୍ୟକ ମୂଲ୍ୟବାନ...

ମୁଁ ନଇଁବି ନାହିଁ…ଅର୍ଦ୍ଧଶତକ ପରେ ପୁଷ୍ପା ଷ୍ଟାଇଲ୍‌ରେ ସେଲିବ୍ରେଶନ କଲେ ନୀତୀଶ

ମେଲବୋର୍ନ,୨୮।୧୨: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଏପର୍ଯ୍ୟନ୍ତ ଭାରତୀୟ ଏବଂ ଅଷ୍ଟ୍ରେଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri