ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୭ କରୋନା ପଜିଟିଭ

ଭୁବନେଶ୍ୱର, ୩।୩(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୩୭୪୪୮ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୮ ଜଣ କ୍ବାରାଣ୍ଟାଇନ୍‌ରୁ ରହିଥିବା ବେଳେ ୩୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ଜିଲାରୁ ୨ ରହିଥିବା ବେଳେ ବାଲେଶ୍ୱରରୁ ୫, ବରଗଡ଼ରୁ ୬, ବଲାଙ୍ଗୀରରୁ ୨, କଟକରୁ ୪, ଦେବଗଡରୁ ୧, ଜଗତସିଂହପୁରରୁ ୧, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୨, କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୧୪, ମୟୂରଭଞ୍ଜରୁ ୬, ନବରଙ୍ଗପୁରରୁ ୪, ନୟାଗଡରୁ ୨, ପୁରୀରୁ ୬, ସମ୍ବଲପୁରରୁ ୧୩, ସୁନ୍ଦରଗଡ଼ରୁ ୧୧ ଏବଂ ଷ୍ଟେଟ ପୁଲରୁ ୩ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୩୭୪୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୭୭୫ଟି ଆକ୍ଟିଭ କେସ ରହିଥିବା ବେଳେ ୩୩୪୭୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Share