ବାଦ୍‌ ପଡ଼ିପାରନ୍ତି ୯୭ ହଜାର ଆଶାୟୀ

କଟକ,୨୭୮୯(ସୁପ୍ରିୟା ପ୍ରିୟଦର୍ଶିନୀ)ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୧୦ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ତେବେ ଏଥିରୁ ପ୍ରାୟ ୯୭ ହଜାର ଆଶାୟୀ ବାଦ୍‌ ପଡ଼ିବେ ବୋଲି ଜଣାପଡ଼ିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୩ ପରୀକ୍ଷା ବର୍ତ୍ତମାନ ପର୍ଯ୍ୟନ୍ତ ହୋଇପାରୁନାହିଁ। କିଛି ଦିନ ପୂର୍ବରୁ ଆଶାୟୀମାନେ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଖୁବଶୀଘ୍ର ପରୀକ୍ଷା କରିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ଆଶାୟୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଯାବତ୍‌ ପରୀକ୍ଷା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାଯାଇପାରିନାହିଁ। ଆଶାୟୀଙ୍କ ଦାବିଗୁଡ଼ିକ ବିଷୟରେ ବୋର୍ଡ କର୍ତ୍ତୃପକ୍ଷ ସ୍କୁଲ ଓ ଗଣଶିକ୍ଷା ବିଭାଗ ଚିଠି କରି ଚୂପ ବସିଥିବା ଅଭିଯୋଗ ଉଠିଛି। ୩ସପ୍ତାହ ପୂର୍ବରୁ ଏହି ଚିଠି କରାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏଭଳି ସ୍ଥିତିରେ ଶିକ୍ଷକ ଚାକିରି ପାଇଁ ଆବେଦନ କରିବାକୁ ଥିବା ରାଜ୍ୟର ପ୍ରାୟ ୯୭ ହଜାର ଆଶାୟୀଙ୍କ ନିକଟରେ ଓଟିଇଟି ଯୋଗ୍ୟତା ନ ଥିବାରୁ ସେମାନେ ଏଥିରୁ ବଞ୍ଚତ୍ତ ହେବାର ସମ୍ଭାବନା ରହିଛି। ଏନେଇ ବୋର୍ଡ ସଭାପତି ଜ୍ୟୋତିପ୍ରକାଶ ଦାସ କହିଛନ୍ତି ୨୦୨୩ ଓଟିଇଟି ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରହିଛି। ହେଲେ ଏଥିପାଇଁ ପ୍ରାୟ ୨ରୁ ଅଢ଼େଇ ମାସ ସମୟ ଲାଗିବ। ପରୀକ୍ଷା ପୂର୍ବରୁ ଅନେକ କାର୍ଯ୍ୟ ରହିଛି। ନିଯୁକ୍ତି ପ୍ରକ୍ରିୟା ସବୁବେଳେ ଜାରି ରହିଛି। ପରୀକ୍ଷା ଶୀଘ୍ର କରିବା ପାଇଁ ଆମେ ଚେଷ୍ଟା କରୁଛୁ। ଫଳପ୍ରକାଶ କରିବା ପାଇଁ ସମୟ ଲାଗିବ ବୋଲି ଦାସ କହିଛନ୍ତି।
ପ୍ରତିବର୍ଷ ବୋର୍ଡ ପକ୍ଷରୁ ଓଟିଇଟି ପରୀକ୍ଷା କରାଯାଉଛି। କିନ୍ତୁ ଗତ ୩ବର୍ଷ ଧରି ଠିକ୍‌ ଭାବେ ଏହି ପରୀକ୍ଷା କରାଯାଇପାରୁନାହିଁ। ୨୦୨୦ରେ କରୋନା ଯୋଗୁ ପରୀକ୍ଷାକୁ ବନ୍ଦ କରାଯାଇଥିଲା। ଏହାପରେ ୨୦୨୨ ଶିକ୍ଷାବର୍ଷରେ ଓଟିଇଟି-୨୦୨୧ପରୀକ୍ଷା କରାଯାଇଥିଲା। ୨୦୨୩ ଶିକ୍ଷା ବର୍ଷରେ ଓଟିଇଟି-୨୦୨୨ (ସ୍ପେଶାଲ) ଏବଂ ଓଟିଇଟି-୨୦୨୨(ଦ୍ୱିତୀୟ) ପରୀକ୍ଷା କରାଯାଇଛି। କିନ୍ତୁ ସେପ୍ଟେମ୍ବର ମାସ ଶେଷ ହେବାକୁ ବସିଲାଣି ହେଲେ ଓଟିଇଟି-୨୦୨୩ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ବୋର୍ଡ ଦ୍ୱାରା ପରୀକ୍ଷା କରାଯିବାରେ ବିଳମ୍ବ ନେଇ ଆଶାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ସେମାନେ ବୋର୍ଡ କାର୍ଯ୍ୟାଳୟ ଘେରାଉ କରିବା ସହ ଉପସଭାପତିଙ୍କୁ ଏକ ସ୍ମାରକପତ୍ର ଗତ ୧୧ ତାରିଖରେ ଦେଇଥିଲେ। ବର୍ଷକୁ ଥରେ ଓଟିଇଟି ପରୀକ୍ଷା ନ କରି ବୋର୍ଡ ନ୍ୟାଶନାଲ କାଉନ୍‌ସିଲ ଫର୍‌ ଟିଚର ଏଜୁକେଶନ (ଏନ୍‌ସିଟିଇ) ଗାଇଡ୍‌ଲାଇନ୍‌କୁ ଉଲ୍ଲଘଂନ କରୁଥିବା ସେମାନେ ଅଭିଯୋଗ ଆଣିଥିଲେ। ଏହାପରେ ବୋର୍ଡ ଦ୍ୱାରା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି କରାଯାଇଥିଲା। ତେବେ ଏହି ଆବେଦନ ପ୍ରକ୍ରିୟା ସରିବା ପୂର୍ବରୁ ଓଟିଇଟି ପରୀକ୍ଷା କରାଯାଉ ନଚେତ୍‌ ଆଶାୟୀମାନଙ୍କୁ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଆବେଦନ ପାଇଁ ସୁଯୋଗ ଦିଆଯାଉ ବୋଲି ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ଶୁଣିଲା ନାହିଁ ପ୍ରଶାସନ, ରାସ୍ତା ମରାମତି କଲେ ଗାଁ ଯୁବକ

କେନ୍ଦୁଝର,୨୨।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଟୁଣୀଆଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦିନକୁ ଦିନ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ପୁଣି ଲଜ୍ଜା: ମାର୍କେଟ୍‌ ଆସିଥିବା ବେଳେ ସାନଭଉଣୀଙ୍କୁ ଗଣବଳାତ୍କାର, ବଡ଼ ଭଉଣୀଙ୍କୁ ଅସଦାଚରଣ

ରାଉରକେଲା,୨୨ା୯: ସୁନ୍ଦରଗଡ଼ ଜିଲା ରାଉରକେଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। ସାନଭଉଣୀକୁ ଗଣବଳାତ୍କାର କରାଯାଇଥିବାବେଳେ ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ବଳାତ୍କାରର...

ଚରମ ନିଷ୍ପତ୍ତି : ଜାଗା ପାଇଁ ଦେହରେ ପେଟ୍ରୋଲ ଢାଳି ନିଜୁକ ଜାଳିଲେ

ନୀଳଗିରି,୨୨।୯(ପ୍ରଶାନ୍ତ କୁମାର ବିଶ୍ବାଳ): ଜିଲାପରିଷଦ ପାଣ୍ଠିରୁ ଗାଁ ଲୋକେ ନିର୍ମାଣ କରୁଥିଲେ କଂକ୍ରିଟ ରାସ୍ତା। ହେଲେ ଏହି ରାସ୍ତାକୁ ନିଜ ଜାଗା କହି ରାସ୍ତା ନିର୍ମାଣକୁ...

୫ ଦିନ ହେଲା ନାହିଁ ନେଟୱାର୍କ, ପାଇପ କାମ ଚାଲିଥିବା ବେଳେ କାର୍ଯ୍ୟ ବନ୍ଦ କଲେ ଲୋକେ

ଦାରିଙ୍ଗବାଡି, ୨୨।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ଗତ ୫ ଦିନ ହେଲା ନେଟୱାର୍କ ଅଚଳ ହୋଇପଡିଛି ।...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri