Posted inଖେଳ

୯୭ ବର୍ଷର ରେକର୍ଡ ଭାଙ୍ଗିଲା: ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ କଲା ଏମିତି କାରନାମା

ନୂଆଦିଲ୍ଲୀ,୨୩।୯: ଚେସ ଅଲିମ୍ପିଆଡ଼ରେ ଭାରତ ଇତିହାସ ସୃଷ୍ଟି କରିଛି। ୯୭ ବର୍ଷରେ ଯାହା ଘଟି ନ ଥିଲା, ଡି ଗୁକେଶ ଏବଂ ଅର୍ଜୁନ ଏରିଗାଇସିଙ୍କୁ ଭାରତ ପାଇଁ ଚମତ୍କାର ଖେଳିଛନ୍ତି। ଚେସ ଅଲିମ୍ପିଆଡ଼ର ଓପନ୍‌ ସେକ୍ସନରେ ଭାରତ ସ୍ବର୍ଣ୍ଣ ପଦକ ଜିତିଛି। ଏହା ବ୍ୟତୀତ ଭାରତ ମହିଳା ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଛି। ଏହିପରି ଭାରତ ମୋଟ ୩ଟି ସ୍ବର୍ଣ୍ଣ ପଦକ ଜିତିଛି। ଚେସ ଅଲିମ୍ପିଆଡ଼ ଇତିହାସରେ ଏହା ପ୍ରଥମ ଥର ପାଇଁ ଭାରତ ଉଭୟ ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଛି। ଡି ଗୁକେଶ ଭ୍ଲାଡିର୍ମି ଫେଡୋସିଭଙ୍କୁ ପରାସ୍ତ କରିଥିବାବେଳେ ଅର୍ଜୁନ ଏରିଗାଇସି ଜନ ସୁବେଲଙ୍କୁ ପରାସ୍ତ କରିଛନ୍ତି।

ଆଙ୍‌ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରେ ଚେସ ଅଲିମ୍ପିଆଡ ଆୟୋଜିତ ହେଉଛି। ଏଥିରେ ଭାରତର ଆଧିପତ୍ୟ ଦେଖିବାକୁ ମିଳିଥିଲା। ଦ୍ୱିତୀୟ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତି ଭାରତର ଡି ଗୁକେଶ ଇତିହାସ ସୃଷ୍ଟି କରିଛନ୍ତି। ସେ ବ୍ୟକ୍ତିଗତ ଇଭେଣ୍ଟରେ ସଫଳତା ହାସଲ କରିଛନ୍ତି। ଏହାପୂର୍ବରୁ ଡି ଗୁକେଶ ଚେସ ଅଲିମ୍ପିଆଡ ୨୦୨୨ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହିପରି ଗ୍ରାଣ୍ଡ ମାଷ୍ଟର ବିଶ୍ୱନାଥ ଆନନ୍ଦଙ୍କ ପରେ କ୍ରମାଗତ ୨ଟି ସ୍ବର୍ଣ୍ଣ ପଦକ ଜିତିବାରେ ଡି ଗୁକେଶ ଦ୍ୱିତୀୟ ଭାରତୀୟ ହୋଇଛନ୍ତି। ସେ ଏହା କରିବା ପାଇଁ ଦୁନିଆର ୧୬ତମ ଗ୍ରାଣ୍ଡ ମାଷ୍ଟର ହୋଇଥିଲେ।

ମହିଳା ବିଭାଗରେ ଭାରତୀୟ ମହିଳା ଦଳରେ ହରିକା ଦ୍ରୋନାଭାଲ୍ଲୀ, ବୈଶାଲୀ ରମେଶବାବୁ, ଦିବ୍ୟା ଦେଶମୁଖ, ଭାଣ୍ଟିକା ଅଗ୍ରୱାଲ, ତାନିଆ ସଚ୍ଚଦେବ ଏବଂ ଅଭିଜିତ କୁନ୍ତେ ସାମିଲ ହୋଇଥିଲେ। ଶେଷ ମ୍ୟାଚରେ ଭାରତୀୟ ମହିଳା ଦଳ ଆଜେରବାଇଜାନକୁ ୩.୫-୦.୫ ରେ ପରାସ୍ତ କରିଛି। ଚେସ ଅଲିମ୍ପିଆଡ଼ ଇତିହାସରେ ପ୍ରଥମ ଥର ପାଇଁ ଭାରତ ଉଭୟ ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଛି। ଭାରତ ଏହା ପୂର୍ବରୁ କେବେ କରିପାରି ନ ଥିଲା। ଦୁଇ ବର୍ଷ ପୂର୍ବେ ଚେସ ଅଲିମ୍ପିଆଡରେ ଭାରତକୁ ବ୍ରୋଞ୍ଜ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଥିଲା। ଏହା ବ୍ୟତୀତ ଚେସ ଅଲିମ୍ପିଆଡ ୨୦୧୪ରେ ଭାରତ ମଧ୍ୟ ବ୍ରୋଞ୍ଜ ପଦକ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩୪ ଟେଷ୍ଟ ଖେଳି ମହାନ….ଧୋନୀ-ପନ୍ତଙ୍କ ମଧ୍ୟରେ ତୁଳନା ହେବାରୁ ଦୀନେଶ କାର୍ତ୍ତିକ କହିଦେଲେ ମନର କଥା

ନୂଆଦିଲ୍ଲୀ,୨୩।୯: କାର ଦୁର୍ଘଟଣା ପରେ ରିଷଭ ପନ୍ତ ଟେଷ୍ଟ ଫର୍ମାଟରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମାଧ୍ୟମରେ ସେ ଫେରିବା...

କୋହଲି-ରୋହିତ ନୁହେଁ, ଚଳିତବର୍ଷ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ କରିଛନ୍ତି ସର୍ବାଧିକ ରନ୍‌: ଟପ୍‌ ୩ରେ ଅଛନ୍ତି…

ନୂଆଦିଲ୍ଲୀ,୨୩।୯: ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷ ପ୍ରଥମ ଇନିଂସରେ ଯଶସ୍ବୀ ଜୟସ୍ବାଲ ୫୬ ରନ ସ୍କୋର କରିଥିଲେ। ଦ୍ୱିତୀୟ ଇନିଂସରେ ସେ ୧୦ ରନ ସ୍କୋର...

ବିରାଟ କୋହଲିଙ୍କ ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୨୩।୯: କ୍ରିକେଟ ଖେଳ ବହୁ ବର୍ଷ ପୁରୁଣା। ସମୟ ସହିତ ଖେଳ କ୍ରମାଗତ ଭାବରେ ନିଜକୁ ଉନ୍ନତ କରିଆସୁଛି। ଆଜିର ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ଆଜିର ବ୍ୟାଟ୍ସମ୍ୟାନ୍‌ମାନେ...

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri