୯୮-୪୯ ୧୩-୮, ଫାଇନାଲ ହେଲା ଆସନ ବୁଝାମଣା! ଏହି ଠୁ ଲଢିବେ ଅପରାଜିତା…

ଭୁବନେଶ୍ୱର,୧୨।୩: ଝୁଲାବସ୍ଥାରେ ଅଟକିଛି ମେଣ୍ଟ। ବିଜେଡି-ଭାଜପା ମେଣ୍ଟ ପାଇଁ ଚୂଡ଼ାନ୍ତ ହୋଇଛି କେଉଁ ଫର୍ମୂଲା । ସାରା ଓଡ଼ିଶାର ନଜର ଏହା ଉପରେ । ରାଜନୀତି ବିଶେଷଜ୍ଞନୁସାରେ ଅଳ୍ପ କିଛି ଆସନକୁ ନେଇ ରହିଛି ଅଡୁଆ । ଲୋକସଭାରେ ସହମତି ହେଲେ ବିଧାନସଭାରେ ଟିକିଏ କେଁ ।

ରାଜ୍ୟରେ ମେଣ୍ଟ ନେଇ ଚାଲିଛି ଜୋରଦାର ହାଓ୍ବା । ଭାଜପା -ବିଜେଡି ଏକାଠି ନିର୍ବାଚନ ଲଢିବା ନେଇ ଦିଲ୍ଲୀ ଠୁ ପଲ୍ଲୀ ଯାଏଁ ଚର୍ଚ୍ଚା। ଏପଟେ ବନ୍ଦ ଦରଜା କୋଠରୀରେ ଚାଲିଛି ଦୁଇ ଦଳର ହାଇଲେବୁଲ ବୈଠକ। ଏହି ହାଇଲେବୁଲ ବୈଠକ ଦଳର ଶୀର୍ଷ ନେତାଙ୍କ ମଧ୍ୟରେ ଚାଲିଛି। ମେଣ୍ଟ ନେଇ ସବୁଠୁ ଚର୍ଚ୍ଚା ଚାଲୁଥିବାବଳେ ଅନ୍ୟ ନେତା-ମନ୍ତ୍ରୀ କି ବିଧାୟକ ଏହାକୁ ନେଇ ଟେର୍‌ ପାଉ ନାହାନ୍ତି। ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀରେ ଥିବା ୧୯-କୃଷକ ରୋଡସ୍ଥିତ ସରକାରୀ ବାସଭବନରେ ରାଜ୍ୟ ଭାଜପାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏହି ବୈଠକରେ ଭାଜପା ଏବଂ ବିଜେଡି ମଧ୍ୟରେ ଆସନ ବୁଝାମଣାକୁ ନେଇ ଆଲୋଚନା ହୋଇଛି।

ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚାକୁ ନେଇ ଥମୁନି ଚର୍ଚ୍ଚା। ଏବେ ବି ଭିନ୍ନ ଭିନ୍ନ ମହଲରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି । ଚା’ ଖଟିରୁ ଆରମ୍ଭ କରି ଦୋକାନ ବଜାର ହେଉ କି ଗାଁର ଭାଗବତ ଟୁଙ୍ଗୀ। କାହିଁକି ମେଣ୍ଟ ଘୋଷଣାରେ ବିଳମ୍ବ ହେଉଛି କିମ୍ବା ଆସନ ଭାଗବଣ୍ଟା କଣ ହୋଇପାରେ, ତାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଆକଳନ କରାଯାଉଛି । ସବୁଠି କିନ୍ତୁ ଗୋଟିଏ କଥା ଆଲୋଚନା ହେଉଛି ଯେ ଦିଲ୍ଲୀରେ ମେଣ୍ଟ ଡିଲ ସରିଛି, କେବଳ ସିଟ ବୁଝାମଣାକୁ ନେଇ କେଉଁଠି ଟିକିଏ କେଁ ଥିବାରୁ, ଘୋଷଣା ହୋଇପାରୁନି ।

ତେବେ କୁହାଯାଉଛି କି, ଦିଲ୍ଲୀରୁ ହୋଇପାରେ ଭାଜପା-ବିଜେଡି ମେଣ୍ଟ ସମ୍ପର୍କିତ ଘୋଷଣା । ପୂରା ଓଡ଼ିଶାର ନଜର ଅଟକିଛି ଦିଲ୍ଲୀ ଉପରେ । କାରଣ ବିଗତ କିଛି ଦିନ ଧରି ଦିଲ୍ଲୀରେ ଭାଜପାର ଶୀର୍ଷ ନେତତ୍ୱ ଘନ ଘନ ବୈଠକ କରୁଛନ୍ତି। ତେବେ ମେଣ୍ଟ ନେଇ ଯେତିକି ବିଳମ୍ବ ହେଉଛି ନିଜ ଅଞ୍ଚଳରେ ଦଖଲ ରଖିଥିବା ନେତାଙ୍କ ଛାତି ମଧ୍ୟ କମ୍ପୁଛି। ଭାଜପା-ବିଜେଡି କଣ୍ଟା ସାଜୁଛି ପୁରୀ-ଭୁବନେଶ୍ୱର। ପୁରୀରେ ସମ୍ବିତ ପାତ୍ର ଓ ଭୁବନେଶ୍ୱରରେ ଅପରାଜିତା ଷଡଙ୍ଗୀଙ୍କୁ ନେଇ ଏବେ ବି ଦ୍ୱନ୍ଦ ଲାଗି ରହିଛି। ଏହି ମେଣ୍ଟ ଭିତରେ ଦୁହିଁଙ୍କ ଆସନ ସ୍ଥିର ରହିବ ନା ଏ ଆସନ ବିଜେଡି ହାତକୁ ଚାଲିଯିବ ତାକୁ ନେଇ ସସପେନ୍ସ ଜାରି ରହିଛି।

ରାଜନୈତିକ ବିଶେଷଜ୍ଞନୁସାରେ, ବିଧାନସଭାରେ ବିଜେଡି ଶହେଠୁ କମ ଅର୍ଥାତ ୯୮ ବିଧାନସଭା ଆସନରେ ଲଢ଼ିବ, ଯେତେବେଳେ ବି ଲୋକସଭା ସିଟ ରହିବ ୮ । ଆଉ ଭାଜପା ୪୯ ବିଧାନସଭା ଆସନ ସହ ୧୩ ଲୋକସଭା ଆସନରେ ଲଢ଼ିବ ।

Share