ଆଜି ରାଜ୍ୟରୁ ୯୮ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ରବିବାର ରାଜ୍ୟରୁ ୯୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୮୧୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୦ ଜଣ ଚିହ୍ନଟ ହୋଇଥିବା ବେଳେ ୫୮ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୯ ଏବଂ ମୟୂରଭଞ୍ଜରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୪, ବାଲେଶ୍ୱର ୪, ବରଗଡ଼ ୫, ଭଦ୍ରକ ୬, ବଲାଙ୍ଗୀର ୭, ଦେବଗଡ଼ ୨, ଯାଜପୁର ୩, ଝାରସୁଗୁଡ଼ା ୩, କନ୍ଧମାଳ ୧, କେନ୍ଦ୍ରାପଡ଼ା ୧, କୋରାପୁଟ ୩, ନବରଙ୍ଗପୁର ୨, ନୂଆପଡ଼ା ୩, ପୁରୀ ୫, ରାୟଗଡ଼ା ୩, ସମ୍ବଲପୁର ୨, ସୋନପୁରରୁ ୨ ଏବଂ ସୁନ୍ଦରଗଡ଼ରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୮୧୭ରେ ପହଞ୍ଚିଥିବା ବେଳେ ୩,୩୬,୦୬୬ ଜଣ ସୁସ୍ଥ ହୋଇଛନ୍ତି। ୭୭୯ ଜଣ ଚିକିିତ୍ସିତ ହେଉଛନ୍ତି।

Share