୯୮ ମଣ୍ଡପରେ ପୂଜା ପାଉଛନ୍ତି ମା’ ଦଶଭୁଜା

ଝାରସୁଗୁଡ଼ା ଅଫିସ,୫ା୧୦- ଶିଳ୍ପସମୃଦ୍ଧ ଝାରସୁଗୁଡା ଜିଲାରେ ଚଳିତବର୍ଷ ମୋଟ ୯୮ ପୂଜା ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା କରାଯାଇଛି। ଝାରସୁଗୁଡ଼ା ଥାନା ଅଞ୍ଚଳରେ ୨୦, ବ୍ରଜରାଜନଗରରେ ୧୬, ଲଇକେରାରେ ୧୬, ରେଙ୍ଗାଲିରେ ୯, ଝାରସୁଗୁଡା ସଦର ଥାନା ଅଞ୍ଚଳରେ ୮, ଓରିଏଣ୍ଟରେ ୮, ବେଲପାହାଡରେ ୬, ବନହରପାଲିରେ ୬, କୋଲାବିରାରେ ୫, ଲଖନପୁରରେ ୩ ଓ ବଡମାଲ ଥାନା ଅଞ୍ଚଳର ୩ ସ୍ଥାନରେ ମା’ଙ୍କ ପୂଜୋତ୍ସବ ଅନୁଷ୍ଠିତ ହେଉଛି। ପୂଜା କମିଟି ତରଫରୁ ଦେବୀପୀଠ ଓ ପୂଜାମଣ୍ଡପ ତୋରଣ ଆକର୍ଷଣୀୟ କରିବାପାଇଁ ଦେଶର ବିଭିନ୍ନ କଳା, ସଂସ୍କୃତି ଓ ଐତିିହ୍ୟ ଆଦି ସ୍ଥାନ ପାଇଛି। ଦେବୀପୀଠରେ ମା’ଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଥିବାବେଳେ ମଣ୍ଡପରେ ଷଷ୍ଠୀତିଥିରୁ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇ ବୁଧବାର ମା’ଙ୍କ ଦଶମୀ ପୂଜା ରୀତିନୀତି ସହକାରେ ହୋଇଛି। ବୁଧବାର ବର୍ଷା ସତ୍ତ୍ୱେ ମା’ଙ୍କୁ ଦର୍ଶନ ପାଇଁ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି।

Share