୨୬ ଜିଲା ପରିଷଦ ଆସନ ପାଇଁ ୯୮ ନାମାଙ୍କନ

ଭଞ୍ଜନଗର,୨୧ା୧(ଡି.ଏନ୍‌.ଏ.): ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଶୁକ୍ରବାର ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଜିଲା ପରିଷଦ ଜୋନ ପାଇଁ ମୋଟ ୪୮ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ୨୬ଟି ଜିଲା ପରିଷଦ ଜୋନ ପାଇଁ ବିଭିନ୍ନ ଦଳରୁ ୯୮ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଭଞ୍ଜନଗର ବ୍ଲକର ୨୨ଟି ସମିତିସଭ୍ୟ ପଦବୀ ପାଇଁ ୭୪ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଅଳ୍ପଦିନ ତଳେ କଂଗ୍ରେସ ଛାଡି ଭାଜପାରେ ମିଶିଥିବା ଯୁବନେତା ଅଯୋଧ୍ୟା ନାଥ ମହାପାତ୍ର ଜିଲୁଣ୍ଡି, ଗୁଣ୍ଡିରିବାଡ଼ି, ବଡକୋଦଣ୍ଡା ଓ ତିଲିସିଙ୍ଗି ପଞ୍ଚାୟତରୁ ସମିତିସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରି ଚର୍ଚ୍ଚାରେ ରହିଛନ୍ତି। ୨୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ପରେ ଅପରାହ୍ନରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

Share