ରାଜ୍ୟରେ ୯୮ ଶୀତଳଭଣ୍ଡାର ଅଚଳ

ଭୁବନେଶ୍ବର, ୨୭।୭(ବ୍ୟୁରୋ): ରାଜ୍ୟରେ ମୋଟ ୧୩୧ଟି ଶୀତଳଭଣ୍ଡାର ରହିଛି। ସେଥିମଧ୍ୟରୁ ବର୍ତ୍ତମାନ ୯୮ଟି ଅଚଳ ହୋଇ ପଡ଼ିଥିବା ବେଳେ ମାତ୍ର ୩୩ଟି ସଚଳ ରହିଛି। ରାଜ୍ୟ ସରକାର ଶୀତଳଭଣ୍ଡାର ଉପରେ ଗୁରୁତ୍ୱ ଦେଉଛନ୍ତି। ପୂର୍ବ ଭଳି ରାଜ୍ୟରେ ଆଉ ବଡ଼ ବଡ଼ ଶୀତଳଭଣ୍ଡାର କରାଯିବ ନାହିଁ । ବରଂ ଯେଉଁଠି ଅମଳ ହେଉଛି ସେହି ସ୍ଥାନରେ ଛୋଟ ଛୋଟ ଶୀତଳଭଣ୍ଡାର ନିର୍ମାଣ ପାଇଁ ସରକାର ଯୋଜନା କରୁଛନ୍ତି।

ଉଦ୍ୟାନ କୃଷି ଜରିଆରେ ରାଜ୍ୟର ଅମଳ ବୃଦ୍ଧି ପାଇଛି । ୨୦୧୫ରୁ ୨୦୨୨ ମଧ୍ୟରେ ଫଳମୂଳ ଉତ୍ପାଦନ ୧୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପନିପରିବା ୯.୪ ପ୍ରତିଶତ ବୃଦ୍ଧି ପାଇଛି । ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉତ୍ତର ରଖିଛନ୍ତି ।

Share