Categories: ଜାତୀୟ

ରାହୁଲଙ୍କ ଅଧ୍ୟକ୍ଷ ହେବାକୁ ନେଇ ୯୯.୯୯ ପ୍ରତିଶତ ସଦସ୍ୟ ରାଜି: ସୁର୍ଜେଓ୍ବାଲା

ନୂଆଦିଲ୍ଲୀ,୧୯।୧୨: କଂଗ୍ରେସରେ ନେତୃତ୍ୱ ସଙ୍କଟ ନେଇ ୨୩ ଜଣ ବରିଷ୍ଠ ନେତା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ଚିଠି ଲେଖିଥିଲେ। ଏହାକୁ ନେଇ ଦଳରେ ସେତେବେଳେ ବହୁ ଚର୍ଚ୍ଚା ହୋଇଥିଲା। ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୋନିଆ ଗାନ୍ଧୀ ଶନିବାର କେତେକ ନେତାଙ୍କ ସହିତ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ ରହିଛି। ଏପରି ସ୍ଥଳେ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ୍‌ ସିଂ ସୁର୍ଜେଓ୍ବାଲା କହିଛନ୍ତି ଯେ, ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହେବା ନେଇ ଦଳର ୯୯.୯୯ ପ୍ରତିଶତ ସଦସ୍ୟ ରାଜି ଅଛନ୍ତି। ରାହୁଲ ପୁଣି ଦଳର ନେତୃତ୍ୱ ନିଅନ୍ତୁ ବୋଲି ସଭିଏଁ ଚାହୁଁଛନ୍ତି। ରାହୁଲଙ୍କ ନେତୃତ୍ୱରେ ଦଳ ପୁଣି ବିକାଶ ଧାରା ଜାରି ରଖିବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁକାବିଲା ରାହୁଲ ନୀର୍ଭିକତାର ସହିତ କରୁଥିବା ସୁର୍ଜେଓ୍ବାଲା କହିଛନ୍ତି। ରାହୁଲଙ୍କ ଏଭଳି ସ୍ବଭାବ କଂଗ୍ରେସର ବରିଷ୍ଠ ସଦସ୍ୟଙ୍କୁ ବେଶ୍‌ ପ୍ରଭାବିତ କରିଥିବା ସେ ପ୍ରକାଶ କରିଛନ୍ତି।

Share