ସରିଲା ପ୍ରଚାର, ଶନିବାର ଭୋଟ, ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୯.୬୧ ଲକ୍ଷ ଭୋଟର

ଭୁବନେଶ୍ୱର,୩୦।୫: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଜୁନ ୧ ଅର୍ଥାତ୍‌ ଶନିବାର ଅନୁଷ୍ଠିତ ହେବ। ତେବେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଗୁରୁବାର ପ୍ରଚାର ଶେଷ ହୋଇଛି। ଏହି ଶେଷ ପର୍ଯ୍ୟାୟରେ ରାଜ୍ୟର ୬ଟି ସଂସଦୀୟ କ୍ଷେତ୍ର ଓ ୪୨ଟି ବିଧାନସଭା ଆସନରେ ମତଦାନ ହେବ । ୪୬୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ମୋଟ ୯୯ଲକ୍ଷ ୬୧ହଜାର ୫୭ଜଣ ଭୋଟର ନିର୍ଦ୍ଧାରଣ କରିବେ । ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ରାଜ୍ୟ ପୋଲିସ ବ୍ୟତୀତ ୧୨୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି । ମୋଟ ୧୦୮୮୨ଟି ମତଦାନ କେନ୍ଦ୍ରରେ ଶନିବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ।

Share