କୋରାପୁଟ,୧୮।୯(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ କିଛି ଦିନ ହେଲା କରୋନାର ସମାନ୍ତରାଳ ଗତି ଦେଖିବାକୁ ମିଳିଛି । ଜିଲାରେ ବର୍ତ୍ତମାନ ୯୦ରୁ ୧୦୦ ମଧ୍ୟରେ ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ଜିଲା ପ୍ରଶାସନର ରିପୋର୍ଟରୁ ଜଣାପଡିଛି । ଶୁକ୍ରବାର ଜିଲାରେ ଆଉ ୯୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୦୪ କୁ ବୃଦ୍ଧିପାଇଛି । ଚିହ୍ନଟ ୯୯ ଜଣଙ୍କ ମଧ୍ୟରେ କ୍ୱାରାଣ୍ଟାଇନ ସେଣ୍ଟରରୁ ୭ ,ପୁର୍ବରୁ ପଜିଟିଭଙ୍କ ସଂସ୍ପର୍ଶରେ ଆସି ୩୯ ଓ ୫୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।