Categories: ଜାତୀୟ

୬ ମାସରେ ୯୯ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର …

ଶ୍ରୀନଗର, ୧୨।୬ : ଜମ୍ମୁ -କଶ୍ମୀରର ପୁଲୱାମା ଏନକାଉଣ୍ଟରରେ ଶନିବାର ୩ ଜଣ ସ୍ଥାନୀୟ ଲଶ୍କର-ଇ-ତୋଏବା ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଳ ଥିଲେ ଯିଏକି ଜଣେ ସ୍ଥାନୀୟ ଶ୍ରମିକଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଏହା ବ୍ୟତୀତ କୁଲଗାମର ଖଣ୍ଡିପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସୂଚନା ରହିଛି, ଯାହା ଆଧାରରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ସତର୍କ ସୂଚନା ଜାରି କରାଯାଇଥିଲା। କିନ୍ତୁ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷା ବାହିନୀ ପାଲଟା ଆକ୍ରମଣ କରିଥିଲେ। ନିହତ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନର ଥିଲେ।

ଚଳିତ ବର୍ଷ ଗତ ୬ମାସ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନ ଅପରେଶନ୍‌ ଅଲ୍‌ ଆଉଟ୍‌ ଅନ୍ତର୍ଗତ ବିଭିନ୍ନ ଏନକାଉଣ୍ଟରରେ ୯୯ ଆତଙ୍କବାଦୀ ନିହତ ହୋଇଛନ୍ତି। ଏସମ୍ପର୍କରେ କଶ୍ମୀର ଜୋନ ଇନ୍ସପେକ୍ଟର ଜେନେରାଲ ପୋଲିସ (ଆଇଜିପି) ବିଜୟ କୁମାର ରବିବାର ସୂଚନା ଦେଇଛନ୍ତି।

ଶ୍ରୀନଗରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ରବିବାର ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲାର ଦ୍ରାବଗାମ ଅଞ୍ଚଳରେ ଏନକାଉଣ୍ଟରରେ ତିନି ଜଣ ଲଶ୍କର-ଇ-ତୋଏବା ଆତଙ୍କବାଦୀ ନିହତ ହୋଇଛନ୍ତି। ସିନିୟର ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଏସଏସ୍ପି) ପୁଲୱାମା ତିନିଜଣ ସ୍ଥାନୀୟ ଲଶ୍କର ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସେନା, ପୋଲିସ ଏବଂ ସିଆରପିଏଫ୍‌ ପକ୍ଷରୁ ମିଳିତ ଭାବେ ଏହି ଗାଁକୁ କର୍ଡନ କରାଯାଇଥିଲା ବୋଲି ସେ କହିଛନ୍ତି। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ।

ଶନିବାର ରାତିରେ ସୁରକ୍ଷା ବାହିନୀଙ୍କ ଦୁଇଟି ପୃଥକ ଏନକାଉଣ୍ଟର ସମୟରେ ଚାରି ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିଲା। ପୋଲିସର ସୂଚନାନୁସାରେ, ସେମାନେ କୁଲଗାମର ଖଣ୍ଡିପୋରା ଅଞ୍ଚଳରେ ଲୁଚି ରହିଥିବା ସୂଚନା ମିଳିତ ସୁରକ୍ଷାକର୍ମୀଙ୍କୁ ମିଳିଥିଲା। ଏହାପରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଥିବା ଆଇଜିପ କହିଛନ୍ତି।

Share