୨୪ ଘଣ୍ଟାରେ କରୋନା ମୃତ୍ୟୁ ସଂଖ୍ୟା ୧ହଜାର ମୁହାଁ

ନୂଆଦିଲ୍ଲୀ,୧୫।୮: ଦେଶରେ କରୋନା ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୫,୦୦୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଏହା ଚିନ୍ତାର କାରଣ ପାଲଟି ଯାଇଛି। ତେବେ ଗତ ୨୪ ଘଣ୍ଟାରେ କରୋନା ମୃତ୍ୟୁ ସଂଖ୍ୟା ୯୯୬ ଥିବା ବେଳେ ଏହା କିଛିଦିନ ମଧ୍ୟରେ ୧ହଜାର ଛୁଇଁପାରେ ବୋଲି ଅନୁମାନ କରାଯାଉଛି। ଯଦିଓ ଦେଶରେ କରୋନା ମୃତ୍ୟୁହାର କମ୍‌ ରହିଛି କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫,୨୬,୧୯୩ରେ ପହଞ୍ଚିଥିବା ବେଳେ ଏମାନଙ୍କ ମଧ୍ୟରୁ ୧୮,୦୮,୯୩୭ ସୁସ୍ଥ ହୋଇ ଗଲେଣି ଓ ୬,୬୮,୨୨୦ ଜଣଙ୍କର ଚିକିତ୍ସା ଚାଲିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ରହିଛି ୪୯,୦୩୬।

Share