ଛତ୍ରପୁର,୪।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପ୍ରତାପପୁର ଗାଁର ପୁଷ୍ପାଞ୍ଜଳି ନାହାକଙ୍କ ୯ ମାସର ଶିଶୁ ପୁତ୍ରଙ୍କ ଦିନକୁ ଦିନ ମୁଣ୍ଡ ବଡ଼ ହେବାରେ ଲାଗିଛି। ତାଙ୍କର ଚିକିତ୍ସା ଲାଗି ଅର୍ଥ ବାଧକ ସାଜିଛି। ଶିଶୁ ପୁତ୍ରଙ୍କୁ ନେଇ ପୁଷ୍ପାଞ୍ଜଳି ତାଙ୍କ ସ୍ବାମୀ ସାଗରଙ୍କ ସହ ଛତ୍ରପୁର ଆସିଥିଲେ କଟକ ବଡ଼ ମେଡିକାଲ ପଠାଇବା ସହ ଚିକିତ୍ସାର ବ୍ୟବସ୍ଥା କରିବାକୁ ଜିଲାପାଳଙ୍କୁ ସେ ଲିଖିତ ଭାବେ ଜଣାଇଥିଲେ। ୨୦୨୧ ମାର୍ଚ୍ଚ୧୬ ତାରିଖରେ ପୁଷ୍ପାଞ୍ଜଳି ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ଏହାର ୨ ମାସ ପରେ ତାଙ୍କ ପୁଅ ଟିର ମୁଣ୍ଡ ଦିନକୁ ଦିନ ବଡ଼ ହେବାରେ ଲାଗିଥିଲା । ପରେ ଚିକିତ୍ସା ଲାଗି ପୁଅକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଥିଲେ। ସମସ୍ତ ପରୀକ୍ଷା ପରେ ପୁଅକୁ କଟକ ବଡ଼ ମେଡିକାଲକୁ ଡାକ୍ତର ନେବାକୁ କହିଥିଲେ। ପାଖରେ ସମ୍ବଳ ନ ଥିବାରୁ ପୁଅକୁ କଟକ ବଡ଼ ମେଡିକାଲକୁ ନେଇ ଚିକିତ୍ସା କରିବାକୁ ଆମେ ଅସମର୍ଥ ବୋଲି ପୁଷ୍ପାଞ୍ଜଳି କହିଛନ୍ତି।